ଶସ୍ତା ହେଲା ପାରାସିଟାମଲ

0 30

ନୂଆଦିଲ୍ଲୀ,୨୨ ।୧୨: ଦେଶରେ ଶସ୍ତା ହେଲା ମେଡିସିନ୍‌ । କ୍ୟାନସର, ମଧୁମେହ, ଜ୍ୱର ଓ ହେପାଟାଇଟିସ୍‌ ଭଳି ରୋଗର ଚିିକିତ୍ସା ପାଇଁ ଆବଶ୍ୟକ ହେଉଥିବା ମେଡିସିନ୍‌ ଶସ୍ତା ହୋଇଛି । ପୂୂୂର୍ବ ଅପେକ୍ଷା ଏହି ରୋଗର ମେଡିସିନ୍‌ ଏବେ ୪୦ ପ୍ରତିଶତ ଶସ୍ତାରେ ମିଳିବ । ଜ୍ୱରରେ ପଡିଥିବାବେଳେ କାମରେ ଆସୁଥିବା ପାରାସିଟାମେଲ ମେଡିସିନ୍‌ ମଧ୍ୟ ୧୨ ପ୍ରତିଶତ କମ୍‌ ହୋଇଛି । ଅତ୍ୟାବଶ୍ୟକ ମେଡିସିନ୍‌ ଲିଷ୍ଟରେ ସାମିଲ ଥିବା ୧୧୯ ମେଡିସିନର ସର୍ବାଧିକ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ସରକାର । ଯାହା ଭିତରେ ଏହି ସବୁ ମେଡିସିନ୍‌ ସାମିଲ ଅଛି । ତେବେ ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥୋରିଟି ବୈଠକରେ ଏହି ୧୧୯ ପ୍ରକାର ମେଡିସିନର ସର୍ବାଧିକ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅତ୍ୟାବଶ୍ୟକ ମେଡିସିନ୍‌ ଲିଷ୍ଟ ଜାରି କରିଥାଏ । ଚଳିତବର୍ଷ ସେପ୍ଟେମ୍ବର ମାସରେ ଏହି ଲିଷ୍ଟ ଜାରି କରାଯାଇଥିଲା । ଏହି ଲିଷ୍ଟରେ ୨୭ଟି ଶ୍ରେଣୀରେ ୩୮୪ ମେଡିସିନ୍‌ ସାମିଲ ଥିଲା । ତେବେ ଚଳିତଥର ଏହି ଲିଷ୍ଟରେ ୩୪ ନୂଆ ମେଡିସିନ୍‌ ସାମିଲ ହେବା ସହିତ ୨୬ଟି ମେଡିସିନକୁ ଅତ୍ୟାବଶ୍ୟକ ମେଡିସିନ୍‌ ଲିଷ୍ଟରୁ ହଟେଇ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

two × two =