ଦାରିଙ୍ଗବାଡ଼ିରେ ୧୫ତମ ଅନ୍ତରଙ୍ଗ ଯୁବ ମହୋତ୍ସବ ପାଳନ
ଯୁବଶକ୍ତି ଏକାଠି ହେଲେ ସବୁ ସମ୍ଭବ: ମୁଖ୍ୟ ଅତିଥି

0 106

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ ଅନ୍ତରଙ୍ଗ ଯୁବ ମହାସଙ୍ଘ ତରଫରୁ ୧୫ତମ ଅନ୍ତରଙ୍ଗ ଯୁବ ମହୋତ୍ସବ ୨୦୨୨ ପାଳିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା ଅନ୍ତରଙ୍ଗ ଯୁବ ମହାସଙ୍ଘ ସଭାପତି ଦିଲୀପ କୁମାର ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜିଲ୍ଲା ସମ୍ପାଦକ ହୃଷିକେଶ ପ୍ରଧାନ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଦାରିଙ୍ଗବାଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗ୍ରାମବିକାଶର ଟିମ ସଂଯୋଜକ ଜୟସନ ଜୋସ ଥମାସ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ସ୍ଥିତ ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ସୋମ ଉପସ୍ଥିତ ରହିଥିବା ବେଳେ ଅତିଥି ଭାବେ ମହିଳା ଜୀବିକା ସୁରକ୍ଷା ମଞ୍ଚ ବ୍ଲକ ସଂଯୋଜିକା ସସ୍ମିତା ମଲ୍ଲିକ, ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ଜିଲ୍ଲା ସମ୍ପାଦିକା ବିଷ୍ଣୁପ୍ରିୟା ପ୍ରଧାନ, ଅନ୍ତରଙ୍ଗ ଯୁବ ମହାସଙ୍ଘର ଉପସଭାପତି କୁଞ୍ଜବନ କହଁର, ଅନ୍ତରଙ୍ଗ ଯୁବ ମହାସଙ୍ଘର ଉପ ସଭାନେତ୍ରୀ ସୁନିତା ଦିଗାଳ ବ୍ଲକ ସଂଯୋଜକ ଅକ୍ଷୟ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ପାତ୍ର ନିଜ ଅଭିଭାଷଣରେ ଅନ୍ତରଙ୍ଗ ଯୁବ ମହାସଙ୍ଘର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଯୁବଶକ୍ତି ମାନେ ଏକାଠି ହେଲେ ସବୁ କିଛି ସମ୍ଭବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ସୋମ ନିଜ ବକ୍ତବ୍ୟରେ ୨୦୦୮ମସିହାରେ କେଉଁ ପରିସ୍ଥିତିରେ ଅନ୍ତରଙ୍ଗ ମହାସଙ୍ଘ କିଭଳି ଜିଲ୍ଲାରେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ସେ ବାବଦରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତିସଭ୍ୟ ସଭ୍ୟାମାନଙ୍କୁ ବୃକ୍ଷ ଚାରା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନ୍ତରଙ୍ଗ ଯୁବ ମହାସଙ୍ଘର ୩ଶହରୁ ଉର୍ଦ୍ଧ୍ୱ ସଦସ୍ୟମାନେ ପଥପ୍ରାନ୍ତ ସୁବିଧା କେନ୍ଦ୍ରଠାରୁ ଏକ ଶାନ୍ତି ଓ ବିକାଶ ନେଇ ପଦଯାତ୍ରାରେ ବାହାରି ଚାରିଛକ ଦେଇ ତିନିଛକ ପର୍ଯ୍ୟନ୍ତ ଯାଇଥିଲେ । ସନ୍ଧ୍ୟାରେ ଯୁବ ସଙ୍ଘ ସଦସ୍ୟଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ ଧନେଶ୍ୱର ସାହୁଙ୍କ ସମେତ ଅନ୍ତରଙ୍ଗ ଯୁବ ମହାସଙ୍ଘର ସଦସ୍ୟ ମାନେ ସହଯୋଗ କରିଥିବା ବେଳେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସଦସ୍ୟ ମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

fifteen + 7 =