ମାସ୍କ ପନ୍ଧିବାକୁ ସାଂସଦଙ୍କୁ ନିବେଦନ କଲେ ବାଚସ୍ପତି

0 31

ନୂଆଦିଲ୍ଲୀ,୨୨/୧୨ : ଚାଇନାରେ କରୋନା ଭାଇରସର ଆତଙ୍କ ପରେ ଭାରତରେ ସତର୍କତା ମଧ୍ୟ ବୃଦ୍ଧି କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କୁ ଭିଡ଼ରେ ମାସ୍କ ପିନ୍ଧିବା ଏବଂ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଏଥି ସହିତ ରାଜ୍ୟ ସରକାର ମଧ୍ୟ ଏ ସମ୍ପର୍କରେ ନିଜର ପ୍ରସ୍ତୁତି କରୁଛନ୍ତି । ଏହି ମର୍ମରେ କରୋନା ସଚେତନତା ସଂସଦରେ ଦେଖିବାକୁ ମିଳିଛି । ରାଜ୍ୟ ସଭା ଅଧ୍ୟକ୍ଷ ଉପରାଷ୍ଟ୍ରପତି ଜଗଦୀପ୍‌ ଧନକର ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ମାସ୍କ ପିନ୍ଧି ଗୃହରେ ପହଞ୍ଚିଥିଲେ । ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ସାଂସଦଙ୍କୁ ମାସ୍କ ପିନ୍ଧିବାକୁ ନିବେଦନ କରିଛନ୍ତି । ଗୃହର ପ୍ରକ୍ରିୟା ସମୟରେ ବିର୍ଲା ନିଜେ ମଧ୍ୟ ମାସ୍କ ପିନ୍ଧିଥିଲେ । ସେ କହିଛନ୍ତି ଯେ ସରକାର କରୋନା ସଂକ୍ରମଣ ସମ୍ପର୍କରେ ଶୀଘ୍ର ପଦକ୍ଷେପ ନେଇଛନ୍ତି ଏବଂ ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ଉଭୟ ଗୃହର ବହୁ ଏମ୍‌ପି ମଧ୍ୟ ମାସ୍କ ପିନ୍ଧିଥିଲେ ।

hiranchal ad1
Leave A Reply

Your email address will not be published.

four + 17 =