ଉଦଘାଟିତ ହେଲା ଓଡିଶା ବାସ୍କେଟବଲ ଲିଗ

0 61

ପୁରୀ : ଆଜିଠାରୁ ପୁରୀରେ ଆରମ୍ଭ ହୋଇଛି ଓଡିଶା ବାସ୍କେଟବଲ ଲିଗ । ଏଥିରେ ୧୦ ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଏହା ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍‌ପ୍ଲେକ୍ସ ଠାରେ ଆଜି ସଂଧ୍ୟାରେ ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଉଦଘାଟନ କରିଥିଲେ । କ୍ରୀଡା ଦ୍ୱାରା ସଦଭାବନା ଓ ଭାଇଚାରା ବୃଦ୍ଧି ସହ ଶାରୀରିକ ସୁସ୍ଥତା ବଜାୟ ରହି ପାରିବ ବୋଲି ଜିଲ୍ଲାପାଳ କହିବା ସହ ପ୍ରଥମ ଥର ପାଇଁ ଏଭଳି ବାସ୍କେଟବଲ ଲିଗ ପୁରୀରେ ହୋଇଥିବାରୁ ଆୟୋଜକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, କ୍ରୀଡା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ,ଡେପୁଟି କଲେକ୍ଟର ରାକେଶ ପଣ୍ଡା,ଖୋ ଖୋ ଦଳର ଇଣ୍ଡିଆ କୋଚ ସଞ୍ଜିବ ଶର୍ମା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପୂର୍ତ୍ତ ବିଭାଗର ଏସଡିଓ ସୁକଦେବ ସାହୁ, ଜିଲ୍ଲା କ୍ରିଡା ଆସୋସିଏସନର ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ଓଡିଶା ବାସ୍କେଟବଲ ଆସୋସିଏସନର ସମ୍ପାଦକ ଅଶୋକ ସାହୁ, ଯୁଗ୍ମ ସମ୍ପାଦକ ତଥା ଆବାହକ ଶ୍ରୀ ଅମିତ ଦାସମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

hiring

ଏହି ଲିଗରେ ୬ ଟି ପୁରୁଷ ଓ ୪ ଟି ମହିଳା ବାସ୍କେଟବଲ ଦଳ ଅଂଶଗ୍ରହଣ କରୁଛନ୍ତି ।ଭୁବନେଶ୍ୱର କ୍ୟାପିଟାଲ୍ସ, ୱ୍ୱାରିଅର ବାଲେଶ୍ୱର, ଗଞ୍ଜାମ ହୁପରସ୍‌,କଟକ ବାରବାଟି ଟାଇଗର, ଏମ୍ପରରସ ରାଉରକେଲା, ପୁରୀ ବୁଲସ୍‌, ଉତ୍କଳ ଡ଼୍ରିବଲର୍ସ, କଳିଙ୍ଗ ସୁଟରସ୍‌,ଓଡିଶା ବ୍ଲକରସ୍‌, ଓ୍ରଡ୍ର ଡ୍ରଙ୍କ୍ସ ଟିମ ନାମରେ ଏହି ୧୦ ଗୋଟି ଟିମ ଟ୍ରଫି ହାତେଇବା ପାଇଁ ପ୍ରତିଦ୍ୱନ୍ଦିତା କରିବେ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ ସୂଚନା ଦେଇଥିଲେ । ୨୬ ତାରିଖ ସଂଧ୍ୟାରେ ବାସ୍କେଟବଲର ଉଦଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଜେତା ଓ ଅନ୍ୟାନ୍ୟ ଦଳ ମାନଙ୍କୁ ପୁରସ୍କୃତ କରାଯିବ । ଆବାହକ ଶ୍ରୀ ଦାସମହାପାତ୍ର ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

six + six =