ଟ୍ରାକ୍ଟର ସହ ମୋଟରସାଇକେଲ ମୁହାଁମୁହିଁ ଧକ୍କା, ୩ ଆହତ

0 194

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା କ.ନୁଆଗାଁ ଥାନା ଧୁଙ୍ଗିଆଦିଆ ଘାଟିରେ ଗୋଟିଏ ଟ୍ରାକ୍ଟର -ମୋଟରସାଇକେଲ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରାକ୍ଟର ଡ୍ରାଇଭର ସମେତ ତିନିଜଣ ଆହତ ହୋଇଥିବା ସୂଚନା । ସୂଚନା ପ୍ରକାରେ ଏକ ଟ୍ରାକ୍ଟର କ.ନୁଆଗାଁ ଆଡୁ ମହାସିଙ୍ଗି ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ କ.ନୁଆଗାଁ ଅଭିମୁଖେ ଯାଉଥିବା ଏକ ମୋଟରସାଇକେଲ ଟ୍ରାକ୍ଟରକୁ ଆଗପଟରୁ ଧକ୍କା ଦେଇଥିଲା । ଫଳରେ ଟ୍ରାକ୍ଟର ଡ୍ରାଇଭର ସମେତ ଦୁଇଜଣ ମୋଟରସାଇକେଲ ଆରୋହୀ ଆହତ ହୋଇଥିବା ଜଣାପଡ଼ିଛି । ଟ୍ରାକ୍ଟର ଡ୍ରାଇଭର ଓ ମୋଟରସାଇକେଲ ଚାଳକଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟଜଣେ ମୋଟରସାଇକେଲ ଆରୋହୀଙ୍କୁ କ.ନୁଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୋଟରସାଇକେଲ ଚାଳକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା କାହାର ପରିଚୟ ସ୍ପଷ୍ଟ ହୋଇପାରିନାହିଁ । ଘଟଣାସ୍ଥଳରେ କ.ନୁଆଗାଁ ପୋଲିସ୍‌ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

two × one =