ଭୟଙ୍କର ଭୂକଂପ, ମୃତ୍ୟୁସଂଖ୍ୟା ୪ହଜାର ଟପିଲା

0 44

ନୂଆଦିଲ୍ଲୀ: ତୁର୍କୀରେ ତାଣ୍ଡବ ରଚିଲା ପ୍ରକୃତି । ୨୪ ଘଣ୍ଟା ମଧ୍ୟରେ ତିନି ତିନିଟି ଭୂମିକମ୍ପରେ ଥରହର ହେଲା ତୁର୍କୀ। ଗତକାଲି ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଯୋଗୁ ଏଯାଏଁ  ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେବି ଆହୁରି ଅନେକ ଭଗ୍ନାବଶେଷ ତଳେ ଚାପି ହୋଇରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ୩୦ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଭୂମିକମ୍ପ ଯୋଗୁ ତୁର୍କୀର ୯ଟି ପ୍ରଦେଶ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି।  ତୁର୍କୀରେ ଭୟଙ୍କର ଭୂମିକମ୍ପ ପରେ ଭାରତ ପକ୍ଷରୁ ଉଦ୍ଧାରକାରୀ ଦଳ ପଠାଯାଇଛି। 

hiring

ଗତ ୮୦ ବର୍ଷ ମଧ୍ୟରେ ସବୁଠୁ ଭୟଙ୍କର କୁହାଯାଉଥିବା ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୦ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ତୁର୍କୀର ଅନେକ ସହର ନିଶ୍ଚିହ୍ନ ହୋଇଯାଇଛି। 

hiranchal ad1
Leave A Reply

Your email address will not be published.

four × five =