ଯୁଦ୍ଧ ଶେଷ କରିବାକୁ ସଙ୍କେତ ଦେଲେ ପୁଟିନ

0 32

ମସ୍କୋ: ରୁଷ ଏବେ ନିଜର ଆଭିମୁଖ୍ୟ ବଦଳାଇବାକୁ ସଙ୍କେତ ଦେଇଛି । ୟୁକ୍ରେନ ଭଳି ଗୋଟିଏ ଛୋଟିଆ ଦେଶକୁ ଯୁଦ୍ଧରେ ପରାସ୍ତ ନ କରିପାରି ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ସତେ ଯେମିତି ହତାଶ ହୋଇପଡିଲେଣି । ସମ୍ଭବତଃ ଏହି କାରଣ ପାଇଁ ସେ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧକୁ ଯଥାଶୀଘ୍ର ଶେଷ କରିବାକୁ ଚାହୁଁଛନ୍ତି । ଯେତେ ଶୀଘ୍ର ଯୁଦ୍ଧ ଶେଷ ହେବ ଏହା ସେତେ ଭଲ ହେବ ବୋଲି ପୁଟିନ କହିଛନ୍ତି । ଫେବୃଆରୀ ୨୪ରୁ ରୁଷ ସେନା ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରୁଛି । ହେଲେ ପ୍ରଥମଥର ପାଇଁ ପୁଟିନ ଏପରି ବୟାନ ଦେଇଛନ୍ତି । ତେଣୁ ଯୁଦ୍ଧ ଶେଷ ହେବାର ସମ୍ଭାବନା ସୃଷ୍ଟି ହୋଇଛି । କ୍ରେମଲିନ ପକ୍ଷରୁ ଏହା ମଧ୍ୟ ଅଭିଯୋଗ କରାଯାଇଛି ଯେ ୟୁକ୍ରେନ ଓ ଆମେରିକା ଯୁଦ୍ଧକୁ ନେଇ ରୁଷ ପ୍ରକଟ କରୁଥିବା ଚିନ୍ତାକୁ ଆଦୌ ଶୁଣୁ ନାହାନ୍ତି । ଏଥିସହ ରୁଷକୁ ଦୁର୍ବଳ କରିବା ପାଇଁ ୟୁକ୍ରେନକୁ ଆମେରିକା ଯୁଦ୍ଧକ୍ଷେତ୍ରରେ ବ୍ୟବହାର କରୁଛି ବୋଲି ମସ୍କୋ ପକ୍ଷରୁ ଅଭିଯୋଗ କରାଯାଇଛି । ଗୋଟିଏ ପଟେ ପୁଟିନ ୟୁକ୍ରେନ ସହ ଶୀଘ୍ର ଯୁଦ୍ଧ ଶେଷ କରିବାକୁ ସଙ୍କେତ ଦେଉଥିବା ବେଳେ ଅନ୍ୟପଟେ କ୍ରେମଲିନ ପକ୍ଷରୁ ଏପରି କୁହାଯାଇଛି । ପୁଟିନ ସାମ୍ବାଦିକମାନଙ୍କୁ କହିଛନ୍ତି, “ଆମର ଲକ୍ଷ୍ୟ ହେଉଛି ଏହି ବିବାଦକୁ ଶେଷ କରିବା । ଆମେ ଏଥିପାଇଁ କଠିନ ପରିଶ୍ରମ କରୁଛୁ । ଏହା ଯେତେ ଶୀଘ୍ର ସମାପ୍ତ ହେବ ସେତେ ଭଲ ହେବ ବୋଲି ଆମେ ଚାହୁଁଛୁ । ସବୁ ବିବାଦ ଦିନେ ନା ଦିନେ ଶେଷ ହୋଇଥାଏ । ଯେକୌଣସି ମାଧ୍ୟମରେ ଏହା ଶେଷ ହେବ । କଥାବାର୍ତ୍ତା ହେଉ କି ଆଉ ଯେକୌଣସି ଉପାୟରେ ବିବାଦ ନିଶ୍ଚିତ ଶେଷ ହେବ । ଯେତେ ଶୀଘ୍ର ଆମ ବିରୋଧୀ(ୟୁକ୍ରେନ ) ଏକଥା ବୁଝିବେ, ଏହା ସେତେ ଭଲ ରେଜଲ୍ଟ ଦେବ ।” ଅନ୍ୟପକ୍ଷରେ ରୁଷର ସାମରିକ ମୁଖ୍ୟ କହିଛନ୍ତି, ରୁଷ ସେନା ବର୍ତ୍ତମାନ ପୂର୍ବ ଡୋନେସ୍କକୁ ନିୟନ୍ତ୍ରଣକୁ ନେବା ପାଇଁ ଧ୍ୟାନ ଦେଉଉନ୍ତି । ଏଠାରେ ଥିବା ବାଖମୁତ ସହର ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରମୁଖ ସ୍ଥାନ ରହିଛି । ସେପଟେ ମସ୍କୋ ରେ ରହିଥିବା ଅଧିକାରୀମାନେ ବାରମ୍ବାର ଯୁଦ୍ଧ ଶେଷ କରିବା ପାଇଁ ୟୁକ୍ରେନ ସହ ଆଲୋଚନା କରିବାକୁ ଚାହୁଁଥିବା କହି ଚାଲିଛନ୍ତି । ସେମାନେ ଯୁଦ୍ଧ ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନସ୍କିଙ୍କୁ ଦୋଷ ଦେଉଛନ୍ତି । ଆଲୋଚନା ପାଇଁ ଜେଲେନସ୍କି ହିଁ ସମସ୍ତ ପ୍ରକାରର କୂଟନୀତିକ ବ୍ୟବସ୍ଥାକୁ ବନ୍ଦ କରି ଦେଇଛନ୍ତି । ଏଥିସହ ସେ ରାଷ୍ଟ୍ରପତି ପୁଟିନଙ୍କ ସହ କୌଣସି ପ୍ରକାରର ବୁଝାମଣା କରିବାକୁ ଚାହୁଁ ନଥିବା ମସ୍କୋର ଅଧିକାରୀମାନେ ଦାବି କରିଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ନିକଟରେ ଐତିହାସିକ ଆମେରିକା ଗସ୍ତରୁ ଫେରିଛନ୍ତି । ଆମେରିକା ଗସ୍ତ ବେଳେ ସେ ସେଠାକାର ସଂସଦକୁ ସମ୍ବୋଧନ କରି ନିଜର ପରାକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eight + eighteen =