ଶ୍ରୀଲଙ୍କାରୁ ହଟିଲା ଜରୁରୀକାଳୀନ ପରିସ୍ଥିତି

0 25

କଲମ୍ବୋ: ଶ୍ରୀଲଙ୍କାରୁ ହଟିଲା ଜରୁରୀକାଳୀନ ପରିସ୍ଥିତି । ଏ ସଂକ୍ରାନ୍ତରେ ଜାରି ଅଧ୍ୟାଦେଶକୁ ହଟାଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ଦେଶରେ ଘନ ଆର୍ଥିକ ସଂକଟ ଜନିତ ବିକ୍ଷୋଭ ପରେ ସ୍ଥିତି ସମ୍ଭାଳିବା ଲାଗି ଗତ ଏପ୍ରିଲ ୧ରୁ ଲାଗୁ ହୋଇଥିଲା ଜରୁରୀ ପରିସ୍ଥିତି । ସ୍ଥିତିରେ କୌଣସି ସୁଧାର ଆସି ନଥିବା ସତ୍ତ୍ୱେ ରାଷ୍ଟ୍ରପତି ଏପ୍ରିଲ ୫ ମଧ୍ୟରାତ୍ରୀରୁ ଏହି ଅଧ୍ୟାଦେଶ ହଟାଇଛନ୍ତି । ଗତ ସୋମବାର ରାଷ୍ଟ୍ରପତି କ୍ୟାବିନେଟ ଭାଙ୍ଗିଦେଇଥିବାବେଳେ ଏକ ସର୍ବଦଳୀୟ ସରକାର ଗଠନ ଲାଗି ଆହ୍ୱାନ ଜଣାଇଥିଲେ । ମାତ୍ର ରାଷ୍ଟ୍ରପତିଙ୍କ ଏହି ପ୍ରସ୍ତାବକୁ ବିରୋଧୀ ଦଳ ଅଗ୍ରାହ୍ୟ କରିଥିଲେ ।

hiranchal ad1
Leave A Reply

Your email address will not be published.

17 − 2 =