ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିଂଙ୍କ ପରଲୋକ

0 77

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯଶବନ୍ତ ସିଂଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଃଖ ପ୍ରକାଶ କରି ଟୁଇଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍‌ କରିଛନ୍ତି ଯେ, ରାଜନୀତି ତଥା ସମାଜ ପ୍ରତି ଅନନ୍ୟ ଦୃଷ୍ଟିକୋଣ ପାଇଁ ଯଶବନ୍ତ ସିଂଜୀଙ୍କୁ ସ୍ମରଣ କରାଯିବ । ବିଜେପିକୁ ମଜବୁତ କରିବାରେ ମଧ୍ୟ ତାଙ୍କର ଭୂମିକା ଥିଲା ଅନନ୍ୟ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଅଟଳ ଜୀଙ୍କ ସରକାର ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକର ପରିଚାଳନା କରିଥିଲେ । ଅର୍ଥ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାରରେ ନିଜର ଦୃଢ଼ ଛାପ ଛାଡିଥିଲେ । ତାଙ୍କ ଦେହାନ୍ତ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ।
ଏଥିସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟୁଇଟ କରିଛନ୍ତି ଯେ, ଯଶବନ୍ତ ସିଂଙ୍କୁ ତାଙ୍କର ବେ?ଦ୍ଧିକ ଦକ୍ଷତା ତଥା ଦେଶ ପାଇଁ ସେ କରିଥିବା ସେବା ପାଇଁ ସଦା ସ୍ମରଣ କରାଯିବ । ରାଜସ୍ଥାନରେ ବିଜେପିକୁ ମଜବୁତ କରିବାରେ ସେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ଦୁଃଖର ସମୟରେ ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ସମବେଦନା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

four × five =