ଚାଷୀ ଶକ୍ତିଶାଳୀ ହେଲେ ଦେଶ ଆତ୍ମନିର୍ଭରଶୀଳ ହେବ: ମୋଦୀ

0 57

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍‌’ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି । ତାଙ୍କର ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଲାଙ୍କୁ କାହାଣୀ ଶୁଣାଇବା ଏବଂ ଶୁଣିବାର କେତେ ଗୁରୁତ୍ୱ ରହିଛି ଏବଂ କୃଷକଙ୍କ ଦ୍ୱାରା ଦେଶ କିଭଳି ଆତ୍ମନିର୍ଭର ହେବ ସେ ବିଷୟରେ ଜଣାଇଥିଲେ । ଶେଷରେ ସହିଦ ହୋଇଥିବା ଦେଶର ବୀର ପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କରୋନା କଟକଣା ମାନି ଚଳିବାକୁ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ପ୍ରଧାନମନ୍ତ୍ରୀ ।
କାହାଣୀ ଶୁଣାଇବାର ଗୁରୁତ୍ୱ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକ ପରିବାରରେ, କିଛି ବୃଦ୍ଧ ବ୍ୟକ୍ତି ବା ପରିବାରର ବରିଷ୍ଠ ଲୋକମାନେ କାହାଣୀ ଶୁଣାଇବା ଜରିଆରେ ଘରେ ନୂତନ ପ୍ରେରଣା ଏବଂ ନୂତନ ଶକ୍ତି ଭରିଦେଇଥାନ୍ତି । କାହାଣୀଗୁଡିକ ଲୋକଙ୍କୁ ସୃଜନଶୀଳ କରିବା ସହ ଏବଂ ସମ୍ବେଦନଶୀଳତା ଆଣିଥାଏ । ଜଣେ ମା’ ନିଜ ଶିଶୁକୁ ଖାଇବାକୁ ଦେବା ସମୟରେ ବା ଶୁଆଇବା ସମୟରେ କାହାଣୀ ଶୁଣାଇଥାଏ । ଏହି କାହାଣୀର ପ୍ରଭାବ ଶିଶୁ ଉପରେ ଅଧିକ ପଡିଥାଏ । ଶୁଣୁଥିବା କାହାଣୀରୁ ହିଁ ଜଣେ ଶିଶୁର ବୌଦ୍ଧିକ ବିକାଶ ହୁଏ ଏବଂ ସେ ସୃଜନଶୀଳ ହୁଏ । ପ୍ରତ୍ୟେକ ପିତା-ମାତା ଏବଂ ଘରର ସଦସ୍ୟଙ୍କୁ କାହାଣୀ ବର୍ଣ୍ଣନ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଦେଶରେ କୃଷକମାନଙ୍କ ଗୁରୁତ୍ୱ ଉପରେ ଆଲୋଚନା କରି ଦେଶକୁ ଆତ୍ମନିର୍ଭର କରିବାରେ କୃଷକଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ କହିଥିଲେ ପ୍ରଧାନମନ୍ତ୍ରୀ ।

hiranchal ad1
Leave A Reply

Your email address will not be published.

12 + fifteen =