୬୧୯ ବିଦେଶୀ ନାଗରିକ ଗିରଫ

0 73

ପ୍ରୟାଗରାଜ : ଭାରତରେ ବେଆଇନ୍ ଭାବେ ରହୁଥିବା ପାଖାପାଖି ୬୧୯ ଜଣ ବିଦେଶୀ ନାଗରିକଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇ ସାରିଲାଣି । ଆଇପିସି, ସଂକ୍ରାମକ ରୋଗ ନିୟନ୍ତ୍ରଣ ଆଇନ, ବିଦେଶୀ ଆଇନ ଉଲ୍ଲଙ୍ଘନ ଘଟଣାରେ ଗତକାଲି ୧୬ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି । ଏମାନେ ସମସ୍ତେ ଭିସା ଉଲ୍ଳଙ୍ଘନ କରିଛନ୍ତି । ଏହି ୧୬ ଜଣଙ୍କୁ ମିଶାଇ ଗିରଫ ହୋଇଥିବା ବିଦେଶୀ ନାଗରିକଙ୍କ ସଂଖ୍ୟା ୬୧୯ରେ ପହଞ୍ଚିଛି । ଏହି ନାଗରିକଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ଦିଲ୍ଲୀର ନିଜାମୁଦ୍ଧିନ୍ରେ ଆୟୋଜିତ ସମ୍ମିଳନୀରେ ଯୋଗ ଦେଇଥିଲେ । ଉତ୍ତରପ୍ରଦେଶରେ ସର୍ବାଧିକ ୩୪୧ ଗିରଫ ହୋଇଥିବା ବେଳେ ମହାରାଷ୍ଟ୍ରରେ ୧୫୭, ବିହାରରେ ୬୬, କର୍ଣ୍ଣାଟକରେ ୩୪ ଓ ଝାଡ଼ଖଣ୍ଡରେ ୨୧ଜଣ ଗିରଫ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

3 × four =