ପ୍ରତ୍ୟାହୃତ ହେଲା ଡାକ୍ତରଙ୍କ ଆନେ୍ଦାଳନ

0 75

ନୂଆଦିଲ୍ଲୀ : ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ଉପରେ ଆକ୍ରମଣ ଘଟଣାର ପ୍ରତିବାଦରେ ଭାରତୀୟ ଡାକ୍ତର ସଂଘ ଆଜି ପ୍ରତିକାତ୍ମକ ଆନେ୍ଦାଳନ ଡାକରା ଦେଇଥିଲା । ତେବେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଦୃଢ଼ ପ୍ରତିଶ୍ରୁତି ପରେ ସଂଘ ଆନେ୍ଦାଳନରୁ ଆଜି ଓହରି ଆସିଛି । ଫଳରେ ଦେଶ ଏକ ବଡ଼ ଧରଣର ସଙ୍କଟରୁ ରକ୍ଷା ପାଇଯାଇଛି । ଯଦି ଆନେ୍ଦାଳନ ହୋଇଥାନ୍ତା, ତେବେ କରୋନା ଚିକିସôା କାର୍ଯ୍ୟ ସାଙ୍ଘାତିକ ଭାବେ ପ୍ରଭାବିତ ହୋଇଥାନ୍ତା । ଆଇଏମ୍ଏର ଆନେ୍ଦାଳନ ଡାକରା ଯୋଗୁଁ ହେବାକୁ ଥିବା ପରିସ୍ଥିତିର ପ୍ରଭାବକୁ ଆକଳନ କରି ଶାହ ସ୍ଥିତିକୁ ସୁଧାରିବା ଲାଗି ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ସଂଘ ସହ ଆଲୋଚନା କରିଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଡାକ୍ତରମାନଙ୍କ ସୁରକ୍ଷା କ୍ଷେତ୍ରରେ କୌଣସି ସାଲିସ୍ କରାଯିବ ନାହିଁ ଏବଂ ଆକ୍ରମଣକାରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ନିଆଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେବା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଛି ।

hiranchal ad1
Leave A Reply

Your email address will not be published.

9 + 20 =