ସମ୍ବଲପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ହସ୍ପିଟାଲ

0 111

ସମ୍ବଲପୁର: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ମଧ୍ୟାହ୍ନ ୧.୩୫ଟା ସମୟରେ ସମ୍ବଲପୁର କୋଭିଡ ହସ୍ପିଟାଲ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହାର ଅଧଘଣ୍ଟା ପରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ସେ ଏହାର ଅନୁଷ୍ଠାନିକ ଘୋଷଣା କରିଥିଲେ । କରୋନା ସଂକ୍ରମଣ ପ୍ରତିଶେଧ ନିୟମାନୁସାରେ ଆଜି ଉଦଘାଟନୀ ସଭାରେ ସାମ୍ବାଦିକମାନଙ୍କୁ ଆମନ୍ତ୍ରିତ କରାଯାଇନଥିଲା ଓ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହା ଘୋଷଣା କରିଥିଲେ । ଏହି ଅବସରରେ ତାଙ୍କ ସହିତ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସସେନା ଓ ସିଡିଏମଓ ଡା. ଶଶୀଭୂଷଣ ପଟେଲ ମଧ୍ୟ ମଞ୍ଚାସୀନ ରହିଥିଲେ ଓ ସେମାନେ ସମୟୋଚିତ ସାମାଜିକ ଦୂରତା ରକ୍ଷା କରିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ୨୦୦ଶଯ୍ୟା ବିଶିଷ୍ଟ ଏହି କୋଭିଡ-୧୯ ହସ୍ପିଟାଲରେ ୨୦ଟି ଆଇସିୟୁ, ୧୦ଟି ଏଚଡିୟୁ, ୨ଟି ଡାଏଲିସିସ ୟୁନିଟ ଓ ୧୭୦ଟି ସାଧାରଣ ଶଯ୍ୟା ରହିଛି । ଆଜି ଉଦଘାଟନ ସମୟରେ ୫ଟି ଆଇସିୟୁ, ୫ଟି ଏଚଡିୟୁ ସହିତ ଡାଏଲିସିସ ପାଇଁ ଆରଓ ପ୍ଲାଣ୍ଟ କାର୍ଯ୍ୟକ୍ଷମ ରହିଥିଲା । ବାକି ସବୁ ଯୁଦ୍ଧକାଳୀନ ଭିତ୍ତିରେ ଦିନେ ଦୁଇ ଦିନ ଭିତରେ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । କୋଭିଡ ଚିକିତ୍ସା ପାଇଁ ଏଠାରେ ପ୍ରଥମ ଦଫାରେ ଡାକ୍ତର, ପାରାମେଡିକାଲ ଓ ଅନ୍ୟ ସପୋର୍ଟ ଷ୍ଟାଫଙ୍କୁ ନିୟୋଜିତ କରାଯାଇଛି ଓ ପରବର୍ତ୍ତୀ ସମୟରେ ଆବଶ୍ୟକତା ଅନୁସାରେ ଭିମସାରୁ ଆଉ କିଛି ଲୋକଙ୍କୁ ଏଠାକୁ ଅଣାଯାଇପାରିବ । ସେ ଏହା ମଧ୍ୟ ଜଣାଇଥିଲେ ଯେ, କୋଭିଡ ଚିକିତ୍ସା ପାଇଁ ଜିଲ୍ଲା ସଦର ହସ୍ପିଟାଲ ବ୍ୟବହାର ହେଉଥିବାରୁ ଏହାର ବିକଳ୍ପ ବ୍ୟବସ୍ଥା ଅନୁସାରେ ଅଇଁଠାପାଲି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ କରାଯାଇ ସେଠାରେ ଆଶୁ ଚିକିତ୍ସା ଓ ଅଂଶୁଘାତ ରୋଗୀଙ୍କ ପାଇଁ ୧୦ଟି ଶଯ୍ୟାର ସୁବିଧା କରାଯାଇଛି । ସେହିପରି ଆଉ ତିନୋଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କ୍ଷେତରାଜପୁର, ଧନକଉଡା ଓ ଧନୁପାଲିଠାରେ ସକ୍ରିୟ କରାଯାଇଛି ।

hiranchal ad1
Leave A Reply

Your email address will not be published.

11 − 3 =