ସ୍ଥିତି ସୁଧୁରୁନି: ଗୋଟିଏ ଦିନରେ ୧୩୯୬ ଆକ୍ରାନ୍ତ

0 115

ନୂଆଦିଲ୍ଲୀ: କରୋନା ନିୟନ୍ତ୍ରଣ ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ସଂକ୍ରମଣକୁ ପ୍ରତିହତ କରାଯାଇ ପାରୁ ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୩୯୬ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ହଜାର ୮୯୨ରେ ପହଞ୍ଚିଛି । ସେହିପରି, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୮ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ରୋଗୀ ମୃତ୍ୟୁ ସଂଖ୍ୟା ୮୭୨କୁ ବୃଦ୍ଧି ପାଇଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ତା’ସହିତ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଛି । ଦଶ ଦିନ ତଳେ ଦେଶରେ ଆରୋଗ୍ୟ ହାର ୧୨ ପ୍ରତିଶତ ଥିଲା ବେଳେ ଏବେ ତାହା ୨୨ ପ୍ରତିଶତରେ ପହଞ୍ଚିଛି । ଅର୍ଥାତ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ଆରୋଗ୍ୟଙ୍କ ହାର ବୃଦ୍ଧି ପାଉଛି । ର‌୍ୟାପିଡ୍ ଟେଷ୍ଟିଂ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି । ଯେତେଶୀଘ୍ର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବ ପରିସ୍ଥିତି ସେତେଶୀଘ୍ର ସୁଧୁରିବ ବୋଲି କୁହାଯାଇଛି ।

hiranchal ad1
Leave A Reply

Your email address will not be published.

8 − two =