ମୁଖ୍ୟମନ୍ତ୍ରୀଙ୍କ ପାଇଁ ଭିଡ଼ରେ ଫଶିଲା ଆମ୍ବୁଲାନ୍ସ

0 103

ଚେନ୍ନାଇ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଏବେ ଲକ୍‌ଡାଉନ୍ ଲାଗୁ କରାଯାଇଛି । ତେବେ ଅତ୍ୟାବଶ୍ୟକ ସେବାକୁ କଟକଣାମୁକ୍ତ ରଖାଯାଇଛି । ଏଥିମଧ୍ୟରେ ଆମ୍ବୁଲାନ୍ସ ସେବା ମଧ୍ୟ ରହିଛି । ଆମ୍ବୁଲାନ୍ସ ଚଳାଚଳ ଉପରେ କୌଣସି କଟକଣା ରହିବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି; କିନ୍ତୁ ଖୋଦ୍ ସରକାର ଏହି ନିୟମକୁ ଉଲ୍ଳଙ୍ଗନ କରିଛନ୍ତି । ତାମିଲନାଡୁରେ ଆଜି ଏହାର ଉଦାହରଣ ଦେଖିବାକୁ ମିଳିଛି । ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ପାଲାନି ସ୍ୱାମୀ ଯାଉଥିବା ବେଳେ ଟ୍ରାଫିକ୍ ପୁଲିସ୍ ତାଙ୍କ ଯାତାୟତକୁ ସୁଗମ କରିବା ପାଇଁ ଗାଡ଼ିଗୁଡ଼ିକୁ ଅଟକାଇଥିଲେ । ଏହି ଗାଡ଼ିଗୁଡ଼ିକ ମଧ୍ୟରେ ଏକ ଆମ୍ବୁଲାନ୍ସ ମଧ୍ୟ ଥିଲା । ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ଆମ୍ବୁଲାନ୍ସଟି ବହୁ ସମୟ ଧରି ଭିଡ଼ ଭିତରେ ଫଶି ରହିଥିଲା । ଏଥିଯୋଗୁଁ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା କାର୍ଯ୍ୟ ବିଳମ୍ବିତ ହୋଇଥିଲା । ଏହାର ଏକ ଭିଡ଼ିଓ ଏବେ ସୋଶିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି । ଯେଉଁ ସରକାର ନିଜେ ନିୟମ କରୁଛନ୍ତି ସେ ହିଁ ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

4 × one =