ଜାଣନ୍ତୁ, କରୋନା ଲକ୍ଷଣ ତାଲିକାରେ କେଉଁ ୬ଟି ନୂଆ ଲକ୍ଷଣ ଯୋଡ଼ିହେଲା

0 405

ୱାଶିଂଟନ: କରୋନାର ଲକ୍ଷଣ ତାଲିକା ଧିରେ ଧିରେ ବଢ଼ିବାରେ ଲାଗିଛି । ଆଗରୁ ଜ୍ୱର, ଛିଙ୍କ, ବାରମ୍ବାର କାଶ ଆଦି ଦେଖାଦେଲେ ସଂପୃକ୍ତ ବ୍ୟକ୍ତି କରୋନା ଆକ୍ରାନ୍ତ ବୋଲି କୁହାଯାଉଥିଲା । ପରେ ଏଥିରେ ଝାଡ଼ାବାନ୍ତି ଓ ମୁଣ୍ଡ ବୁଲାଇ ହେବା ଲକ୍ଷଣ ଯୋଡ଼ିହେଲା । ଏବେ ଆଉ ୬ଟି ଲକ୍ଷଣ ଏହି ତାଲିକାରେ ଯୋଡ଼ି ହୋଇଛି । ଆମେରିକାର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ସେଣ୍ଟର୍ସ ଫର ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନସନ୍ (ସିଡିସି) ପକ୍ଷରୁ କରୋନାର ୬ଟି ନୂଆ ଲକ୍ଷଣ ସଂପର୍କରେ ବିଶ୍ୱବାସୀଙ୍କୁ ଅବଗତ କରାଇଛନ୍ତି । ସେଗୁଡ଼ିକ ହେଉଛି ଥଣ୍ଡା, ଥଣ୍ଡା ସହିତ କମ୍ପ ହେବା, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡ ବିନ୍ଧା, ଗଳାରେ ଯନ୍ତ୍ରଣା ଓ ସ୍ୱାଦ ବା ଗନ୍ଧ ବାରି ନପାରିବା । ଏହି ଛଅଟି ଲକ୍ଷଣ ପ୍ରକାଶ ପାଇବା ପରେ କରୋନା ଭୂତାଣୁର ଲକ୍ଷଣ ସଂଖ୍ୟା ଏବେ ନଅରେ ପହଞ୍ଚିଛି । ଏପରି ସ୍ଥିତିରେ ଯଦି କୌଣସି ବ୍ୟକ୍ତିଙ୍କଠାରେ ଏହି ନୂଆ ଲକ୍ଷଣମାନ ଦେଖାଦିଏ, ତେବେ ସେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଜରୁରୀ ।

hiranchal ad1
Leave A Reply

Your email address will not be published.

1 × four =