ସାମାଜିକ ଦୂରତା କଥା କହିବାରୁ ମହିଳାଙ୍କୁ ହତ୍ୟା ଧମକ

0 110

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦୁଇଟି ପ୍ରତିକାର ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି । ତାହା ହେଲା ସାମାଜିକ ଦୂରତା ରକ୍ଷା ଏବଂ ଘରେ ରହିବା । କିନ୍ତୁ ବହୁ ଲୋକ ଏହି ପ୍ରତିକାର ବ୍ୟବସ୍ଥାକୁ ପାଳନ କରୁନାହାନ୍ତି । ସରକାରୀ କିମ୍ବା ବେସରକାରୀ ଭାବେ ପରାମର୍ଶ ଦିଆଗଲେ ମଧ୍ୟ ତାହାକୁ ସେମାନେ ଖାତିରି କରୁନାହାନ୍ତି । ଯାହାଫଳରେ ସଂକ୍ରମଣ ସମସ୍ୟା ବହୁଗୁଣିତ ହେଉଛି । ମହାରାଷ୍ଟ୍ରର ଗୋରେଗାଓଁ ଥାନା ଅଞ୍ଚଳର ଜଣେ ମହିଳା ବ୍ୟବସାୟୀ ବର୍ତ୍ତମାନ ଅସୁବିଧାରେ ଥିବା ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି । ତା’ସହିତ ବସ୍ତିଗୁଡ଼ିକରେ ରହୁଥିବା ଲୋକମାନଙ୍କୁ ସାମାଜିକ ଦୂରତା ପାଳନ କରିବା ପାଇଁ ସେ ସୋଶିଆଲ୍ ମିଡ଼ିଆରେ ଭିଡ଼ିଓ ବାର୍ତ୍ତା ମଧ୍ୟ ଦେଉଛନ୍ତି । ତେବେ ଏଭଳି ଭିଡ଼ିଓ ବାର୍ତ୍ତା ଦେଖି କେତେକ ବସ୍ତିର ଲୋକେ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି । ଏପରିକି ଏହି ମହିଳାଙ୍କୁ ହତ୍ୟା କରିବା ଲାଗି ସେମାନେ ଧମକ ଦେଉଛନ୍ତି । ଏ ନେଇ ଗୋରେଗାଓଁ ଥାନାରେ ଏକ ଏତଲା ଦାଏର ହୋଇଛି । ଏହାକୁ ଆଧାର କରି ପୁଲିସ୍ ଅନୁସନ୍ଧାନ ଆରମ୍ଭ କରିଛି ।

hiranchal ad1
Leave A Reply

Your email address will not be published.

sixteen − 9 =