ଏମ୍‌ଏଫ୍ ପାଇଁ ୫୦ ହଜାର କୋଟିର ସହାୟତା

0 102

ନୂଆଦିଲ୍ଲୀ : ଲକ୍‌ଡାଉନ୍ ଯୋଗୁଁ ମ୍ୟୁଚୁଆଲ୍ ଫଣ୍ଡ (ଏମ୍‌ଏଫ୍‌)ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛନ୍ତି । ସେମାନେ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କୁ ଏହି ଆର୍ଥିକ ସଂକଟରୁ ରକ୍ଷା କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବଡ଼ ସହାୟତା ଘୋଷଣା କରିଛି । ରିଜର୍ଭ ବ୍ୟାଙ୍କ ସେମାନଙ୍କୁ ୫୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଗାଇଦେବ । ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି । ଫଳରେ ମ୍ୟୁଚୁଆଲ୍ ଫଣ୍ଡଗୁଡ଼ିକ ଏକ ବଡ଼ ସଂକଟରୁ ଉଦ୍ଧାର ପାଇବେ ବୋଲି ଆଶା କରାଯାଉଛି । ପ୍ରକାଶଥାଉକି, ମ୍ୟୁଚୁଆଲ୍ ଫଣ୍ଡରେ ଆର୍ଥିକ ଚାପ ଯୋଗୁଁ କେତେକ ମ୍ୟୁଚୁଆଲ୍ ଫଣ୍ଡ ବନ୍ଦ ରହିଛି । ଏଥିଯୋଗୁଁ ଋଣ ପରିଶୋଧ ଚାପ ବହୁମାତ୍ରାରେ ବଢ଼ିଯାଇଛି । ତେବେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଏଭଳି ଏକ ବଡ଼ ଧରଣର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିବାରୁ ସେମାନଙ୍କ ସ୍ଥିତିରେ ଖୁବ୍‌ଶୀଘ୍ର ସୁଧାର ଆସିବ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

one × four =