ଦିନକରେ ୧୯, ୪୫୯ ଆକ୍ରାନ୍ତ

0 54

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୯,୪୫୯ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୪୮ ହଜାର ୩୧୮ରେ ପହଞ୍ଚିଛି । ସେହିପରି, ଦିନକରେ ଆଉ ୩୮୦ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୋଟ ମୃତ୍ୟୁସଂଖ୍ୟା ୧୬ ହଜାର ୪୭୫କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ଏହି ସୂଚନା ଦେଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୬୯ ଜଣ, ଅରୁଣାଚଳ ପ୍ରଦେଶରେ ୧ଜଣ, ଆସାମରେ ୧୦ ଜଣ, ବିହାରରେ ୬୦ ଜଣ, ଚଣ୍ଡିଗଡରେ ୬ ଜଣ, ଛତିଶଗଡରେ ୧୩ ଜଣ, ଦିଲ୍ଲୀରେ ୨୬୨୩ ଜଣ, ଗୋଆରେ ୩ ଜଣ, ଗୁଜରାଟରେ ୧୮୦୮ ଜଣ, ହରିୟାଣାରେ ୨୨୩ ଜଣ, ହିମାଚଳ ପ୍ରଦେଶରେ ୯ ଜଣ, ଜମ୍ମୁ ଓ କଶ୍ମୀରରେ ୯୪ ଜଣ, ଝାଡଖଣ୍ଡରେ ୧୨ ଜଣ, କର୍ଣ୍ଣାଟକରେ ୨୦୭ ଜଣ, କେରଳରେ ୨୨ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୫୫୭ ଜଣ, ମହାରାଷ୍ଟ୍ରରେ ୭୪୨୯ ଜଣ, ମେଘାଳୟରେ ୧ ଜଣ, ଓଡିଶାରେ ୨୧ ଜଣ, ପୁଦ୍ଦୁଚେରୀରେ ୧୦ ଜଣ, ପଞ୍ଜାବରେ ୧୩୩ ଜଣ, ରାଜସ୍ଥାନରେ ୩୯୯ ଜଣ, ତାମିଲନାଡୁରେ ୧୦୭୯ ଜଣ, ତେଲେଙ୍ଗାନାରେ ୨୪୭ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୩୮ ଜଣ, ଉତ୍ତରପ୍ରଦେଶରେ ୬୬୦ ଜଣ ଏବଂ ପଶ୍ଚମବଙ୍ଗରେ ୬୩୯ ଜଣ ।
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୭୬), ଆନ୍ଧ୍ରପ୍ରଦେଶ (୧୩୨୪୧), ଅରୁଣାଚଳ ପ୍ରଦେଶ (୧୮୨), ଆସାମ (୭୨୦୬), ବିହାର (୯୨୧୨), ଚଣ୍ଡିଗଡ (୪୨୯), ଛତିଶଗଡ (୨୬୬୨), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୧୭୮) ଜଣ, ଦିଲ୍ଲୀ (୮୩୦୭୭), ଗୋଆ (୧୧୯୮), ଗୁଜରାଟ (୩୧୩୨୦), ହରିୟାଣା (୧୩୮୨୯), ହିମାଚଳ ପ୍ରଦେଶ (୯୧୬), ଜମ୍ମୁ ଓ କଶ୍ମୀର (୭୦୯୩), ଝାଡଖଣ୍ଡ (୨୩୬୪) କର୍ଣ୍ଣାଟକ (୧୩୧୯୦), କେରଳ (୪୧୮୯), ଲଦାଖ (୯୬୩), ମଧ୍ୟପ୍ରଦେଶ (୧୩୧୮୬), ମହାରାଷ୍ଟ୍ର (୧୬୪୬୨୬), ମଣିପୁର (୧୧୮୫), ମେଘାଳୟ (୪୭), ମିଜୋରାମ (୧୪୮), ନାଗାଲାଣ୍ଡ (୪୧୫), ଓଡିଶା (୬୬୧୪), ପୁଦ୍ଦୁଚେରୀ (୬୧୯), ପଞ୍ଜାବ (୫୨୧୬), ରାଜସ୍ଥାନ (୧୭୨୭୧), ସିକିମ୍ (୮୮), ତାମିଲନାଡୁ (୮୨୨୭୫), ତେଲେଙ୍ଗାନା (୧୪୪୧୯), ତ୍ରିପୁରା (୧୩୪୬), ଉତ୍ତରାଖଣ୍ଡ (୨୮୨୩), ଉତ୍ତରପ୍ରଦେଶ (୨୨୧୪୭) ଓ ପଶ୍ଚିମବଙ୍ଗ (୧୭୨୮୩) ।

hiranchal ad1
Leave A Reply

Your email address will not be published.

five × 2 =