ବିଶ୍ୱରେ ଭାରତ ପ୍ରତି ବଢ଼ୁଛି ସମର୍ଥନ

0 101

ସୀମାରେ ଚୀନ୍ର ଉତ୍ପାତ୍ତ ଏବଂ କରୋନା ପ୍ରସଙ୍ଗରେ ବିଶ୍ୱରେ ଭାରତ ପ୍ରତି ସମର୍ଥନ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି । ଗୋଟିଏ ପରେ ଗୋଟିଏ ଦେଶ ଭାରତକୁ ଦୃଢ଼ ସମର୍ଥନ ଜଣାଉଛନ୍ତି । ଋଷ୍ ପରେ ଏବେ ଆମେରିକ, ଇସ୍ରାଏଲ୍ ଓ ଜାପାନ୍ ଭାରତ ସପକ୍ଷରେ ବାହାରିଛନ୍ତି । ଫଳରେ ଚୀନ୍ ବିରୋଧୀ ଅଭିଯାନରେ ଭାରତର ସ୍ଥିତି ଏବେ ଅଧିକ ସୁଦୃଢ଼ ହେବାରେ ଲାଗିଛି । ଇତିମଧ୍ୟରେ ଲଦାଖ୍ ସୀମାରେ ଭାରତ ତା’ର ସ୍ଥିତିକୁ ଆହୁରି ମଜବୁତ୍ କରିଛି । ଚୀନ୍କୁ ଯେକୌଣସି ସମୟରେ ପ୍ରତିହତ କରିବା ଲାଗି ଯବାନ୍ମାନେ ପ୍ରସ୍ତୁତ ହୋଇ ରହିଛନ୍ତି ।
ଭାରତ, ଜାପାନ, ଅଷ୍ର୍ଟ୍ରେଲିଆ ଓ ଆମେରିକାକୁ ଗଠିତ କ୍ୱାଡ ଏବେ ଚୀନ ବିରୁଦ୍ଧରେ ସବୁଠାରୁ ଶକ୍ତିଶାଳୀ ସଂଗଠନ ଭାବେ ଛିଡା ହୋଇଛି । ଏହି ସଂଗଠନ ମାଧ୍ୟମରେ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନର ଦାଦାଗିରିକୁ କ୍ଷୁର୍ଣ୍ଣ କରିବାକୁ ଉଦମ କରାଯାଉଛି । ଆଗାମୀ ଦିନରେ କ୍ୱାଡ ଓ ଚୀନ ମଧ୍ୟରେ ଶୀତଳ ଯୁଦ୍ଧ ଘନେଇବା ଆଶଙ୍କା ରହିଛି ।
ଚୀନକୁ ରୋକିବାକୁ ଆମେରିକା ଏସିଆରେ ସେନା ମୁତୟନ ପାଇଁ ଯୋଜନା କରୁଛି । ଏହା ସହିତ ଆଉକେତେକ ଅସ୍ତ୍ରଶସ୍ତ୍ର ଓ ଗୁଇନ୍ଦା ସୂଚନା ଯୋଗାଉଛି ଆମେରିକା । ସେହିପରି ଇସ୍ରାଏଲ ଭାରତକୁ ବାରାକ ମିସାଇଲ ଡିଫେନ୍ସ ସିଷ୍ଟମ ଜରୁରୀକାଳୀନ ଭିତ୍ତିରେ ଯୋଗାଇବାକୁ ରାଜି ହୋଇଛି । ଖୁବଶୀଘ୍ର ଏହା ଭାରତରେ ପହଞ୍ଚିବ । ଶତ୍ରୁପକ୍ଷର ବିମାନ କିମ୍ବା କ୍ଷେପଣାସ୍ତ୍ରକୁ ଆକାଶରେ ନଷ୍ଟ କରିବାକୁ ଏହି ମିସାଇଲ ସିଷ୍ଟମ ସକ୍ଷମ ।
ଗତ ଶନିବାରଦିନ ଭାରତ ମହାସାଗରରେ ଜାପାନ ଓ ଭାରତର ନୌସେନା ମିଳିତଭାବେ ସମରାଭ୍ୟାସ କରିଛନ୍ତି । ଏଥିରେ ଭାରତୀୟ ନୌସେନାର ଆଇଏନଏସ ରାନା ଓ ଆଇଏନଏସ କୁଲିସ ଯୁଦ୍ଧ ଜାହାଜ ଓ ଜାପାନର ନୌସେନାର ଜେଏସ କାସିମା ଓ ଜେଏସ ସିମାୟୁକି ଯୋଗ ଦେଇଥିଲେ । ଭାରତ ଓ ଜାପାନର ନୌସେନା ପୂର୍ବରୁ ମଧ୍ୟ ଅନେକ ଥର ସମରାଭ୍ୟାସ କରିଥିଲେ ମଧ୍ୟ ଏଥରର ପରିସ୍ଥିତି ଭିନ୍ନ । ସୀମାରେ ଭାରତ ଓ ଚୀନ ସେନା ବିଭିନ୍ନ ଆଧୁନିକ ଯୁଦ୍ଧାସ୍ତ୍ର ସହ ମୁହାଁମୁହିଁ ଅଛନ୍ତି । ସେହିପରି ଜାପାନ ଉପକୂଳରେ ଥିବା ସେନକାକୁ ଦ୍ୱୀପର ମାଲିକାନାକୁ ନେଇ ଚୀନ ଓ ଜାପାନ ମଧ୍ୟରେ ଉତ୍ତେଜନା ବଢିଛି । ଏହାକୁ ଦୃଷ୍ଟିରେ ରଖି ଜାପାନ ସୀମାରେ ନିଜର କ୍ଷେପଣାସ୍ତ୍ର ମୁତୟନ କରିଛି ।

hiranchal ad1
Leave A Reply

Your email address will not be published.

6 + nineteen =