ଶତାଧିକ ଚାଷୀଙ୍କ ଜୀବିକା ପୁନଃ ଆରମ୍ଭ କରିବାରେ ସାହାଯ୍ୟ କଲା ବେଦାନ୍ତ

0 112

ଝାରସୁଗୁଡ଼ା : କୋଭିଡ୍-୧୯ ପରିପ୍ରେକ୍ଷୀରେ ଦେଶବ୍ୟାପୀ ହୋଇଥିବା ତାଲାବନ୍ଦ ପାଇଁ କୃଷି କ୍ଷେତ୍ରରେ ଜୀବନଜୀବିକା ବ୍ୟାହତ ହୋଇଛି । ଅମଳ ପାଇଁ ମାନବ ଶକ୍ତିର ଅଭାବ, ବିଚ୍ଛିନ ଯୋଗାଣ ଶୃଙ୍ଖଳା, ବଜାର ଏବଂ ଗତିବିଧିରେ ସୀମିତତା ଇତ୍ୟାଦି ପାଇଁ ଚାଷୀଭାଇମାନେ ସେମାନଙ୍କର ଶୀତ ଅମଳକୁ ଗ୍ରାହକଙ୍କ ପାଖରେ ପହଞ୍ଚାଇ ପାରିଲେନି । । ଲକ୍ଡାଉନ୍ ପରେ ଝାରସୁଗୁଡ଼ାର ଚାଷୀଭାଇମାନେ ସତର୍କତା ତଥା ମନ୍ଥର ଗତିରେ ନୂତନ ଫସଲ ଚକ୍ର ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ବେଦାନ୍ତ ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଇଛି । ଉନ୍ନତମାନର ମଂଜି ବଣ୍ଟନଠାରୁ ଆରମ୍ଭ କରି ଚାଷ ଚକ୍ର ମାଧ୍ୟମରେ ସେମାନଙ୍କୁ ମାର୍ଗଦର୍ଶନ କରିବା ପର୍ଯ୍ୟନ୍ତ ବେଦାନ୍ତ ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞଙ୍କ ସହ ମିଶି କାର୍ଯ୍ୟ କରୁଛି । ସଂପ୍ରତି, ବେଦାନ୍ତ ଏହାର କୃଷିଭିତ୍ତିକ ଜୀବିକା ପ୍ରକଳ୍ପ “ଜୀବିକା ସଂବୃଦ୍ଧି’ ସହ ଜଡ଼ିତ ଶତାଧିକ ଚାଷୀଙ୍କୁ ଉଚ୍ଚ ଅମଳକ୍ଷମ ସ୍ୱଦେଶୀ ଅଦା କିସମର ମଂଜି ବଣ୍ଟନ କରିଛି । ଆରମ୍ଭରୁ ଏହି ପ୍ରକ୍ଳପ କୃଷକମାନଙ୍କ ସହିତ ଅଧିକ ଅମଳକ୍ଷମ ନଗଦ ଫସଲ ଓ କୃଷି କ୍ଷେତ୍ରରୁ ଅଧିକ ଲାଭ ପାଇଁ ବ୍ୟବସାୟିକ ଚାଷର ଉନ୍ନତ ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରିଆସୁଛି । ବେଦାନ୍ତ ଏବଂ ପ୍ରକଳ୍ପ ସହଭାଗୀ ସଂସ୍ଥା ସେୱାର ଏକାଧିକ ସାମ୍ପ୍ରଦାୟିକ ପରାମର୍ଶ ପରେ, ସିରିଆପଲି, ଗୁଡ଼ିଗାଁ ଏବଂ କେଲଡାମାଲ ଗ୍ରାମର ୧୮୦ରୁ ଊଦ୍ଧ୍ୱର୍ ଚାଷୀ ଆସନ୍ତା ଖରିଫ୍ ଫସଲ ଭାବେ ଅଦା ଚାଷର ଆଗ୍ରହ ଦେଖାଇଛନ୍ତି । ମଂଜି ବିତରଣ ବ୍ୟତୀତ ପ୍ୟାକେଜ୍ ଅପ୍ ପ୍ରାକ୍ସିସ୍ (ପିଓପି) ଉପରେ ଜମି ପ୍ରସ୍ତୁତି, ବିହନ ଉପଚାର, ବୃକ୍ଷରୋପଣ ପ୍ରଣାଳୀ, ଖତ ଏବଂ ସାର, ପ୍ରାକୃତିକ କୀନାଶକ, ଔଷଧ, ଚାଷର ଅବଧି ଅମଳ ପ୍ରକ୍ରିୟା ଇତ୍ୟାଦି ବିଷୟରେ ବିଶେଷଜ୍ଞଙ୍କ ଦ୍ୱାରା ତାଲିମ୍ ଦିଆଯାଉଛି ।
ଆମ ପାରିପାଶ୍ୱର୍ରେ କୃଷକ ସମ୍ପ୍ରଦାୟର ଜୀବନ ଶୈଳୀକୁ ଉନ୍ନତ କରିବାରେ ସାହଯ୍ୟ କରିବା ପାଇଁ ବେଦାନ୍ତର ପ୍ରୟାସ ବିଷୟରେ କମ୍ପାନୀ ସିଇଓ ଶ୍ରୀ ସିଏନ୍ ସିଂ କହିଛନ୍ତି ଯେ, “ଅ୍ରାମେ ଜୀବିକା ସଂବୃଦ୍ଧି ପ୍ରକ୍ଳପ ପାରିପାଶ୍ୱିର୍କ କୃଷକମାନଙ୍କର ଉନ୍ନତି ଉପଲକ୍ଷେ ଗଢ଼ିଛୁ । ପ୍ରଥମ ପର୍ଯ୍ୟାୟର ସଫଳତା ପରେ ଅଧିକ ଚାଷୀଙ୍କୁ ସଂପୃକ୍ତ କରି ଏହାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛୁ । ଅଧିକ ପରିମାଣରେ ଲାଭଦାୟକ ଚାଷ ପାଇଁ କୃଷକମାନଙ୍କୁ ବୈଷୟିକ ଜ୍ଞାନକୌଶଳ ଉପରେ ପରାମର୍ଶ ଦେବା ପାଇଁ ଆମେ କେଭିକେ ଏବଂ ଓଡ଼ିଶା ସରକାରଙ୍କ କୃଷି ବିଭାଗର ବିଶେଷଜ୍ଞମାନଙ୍କର ସାହାଯ୍ୟ ନେଇଛୁ ।
ଅମର ଜ୍ୟୋତି କୃଷକ ସଂଘ ସିରିଆପାଲିର ଅଧ୍ୟକ୍ଷ ଶ୍ରୀ ଜୟକୃଷ୍ଣ ପଟେଲ କହିଛନ୍ତି ଯେ, ‘ଯେତେବେଳେ କରୋନା ପାଇଁ ଲକ୍ଡାଉନ୍ ହେଲା ଆମେ ଆମର ପାରିବ ବିକି କରିପାରୁ ନାହିଁ । ସେହି ସମୟରେ ବେଦାନ୍ତ ନିଜ ଟାଉନସିପ୍ ମଧ୍ୟରେ ଆମକୁ ପାରିବ ବିକ୍ରି କରିବାର ବ୍ୟବସ୍ଥା କରାଇଲା, ଯାହାର ଆମେମାନେ ଏହାର କର୍ମଚାରୀମାନଙ୍କ ସହିତ ଜଡ଼ିତ ହେଲୁ । ମୁଁ ଏବଂ ମୋର କୃଷକ ବନ୍ଧୁମାନେ ଆଗାମୀ ଖରିଫ୍ ଚାଷ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବେଦାନ୍ତ ଆମକୁ ଉଚ୍ଚମାନର ମଂଜି ଯୋଗାଇ ଦେଉଛି ଏବଂ ଫସଲର ଯତ୍ନନେବା ଦିଗରେ ବିଶେଷଜ୍ଞମାନଙ୍କ ମାଧ୍ୟମରେ ପରାମର୍ଶ ଦେଉଛି ।
ସେବା ଅନୁଷ୍ଠାନର ସହଭାଗୀତାରେ ଚାଲିଥିବା ବେଦାନ୍ତର “ଜୀବିକା ସମୃଦ୍ଧି’ ପ୍ରକଳ୍ପ ଜମି ଏବଂ ଜଳସେଚନ ଉପରେ କୈନ୍ଦ୍ରିତ ଯାହାର ମୂଳଲକ୍ଷ୍ୟ ହେଉଛି କୃଷକର ସ୍ଥାୟୀ ଜୀବିକା ନିର୍ବାହ । ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୧୫୦ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଏକବିଡ ୨୫୦ ଜଣ ଚାଷୀ ଭାଇ ଉପକୃତ ହେଉଛନ୍ତି । ପ୍ରଥମ ବର୍ଷରେ ହିଁ ଜଳସେଚନ ଶତକଡ଼ା ୬%ରୁ ଶତକଡ଼ା ୨୧%କୁ ବୃଦ୍ଧି ହେବା ସହ ଯୋଜନା ଅନ୍ତର୍ଭୁକ୍ତ ପରିବାରଙ୍କ ଆୟରେ ୨୦-୨୫ ପ୍ରତିଶତ ବୃଦ୍ଧି ହୋଇଥିଲା । ବେଦାନ୍ତ ଲିମିଟେଡ୍, ଝାରସୁଗୁଡ଼ା ଭାରତର ସର୍ବବୃହତ ପ୍ରାଥମିକ ଆଲୁମିନିୟମ ଉତ୍ପାଦକ ହୋଇଥିବା ବେଳେ ଏହାର ସ୍ଥାପିତ ସ୍ମେଲଟିଙ୍ଗ କ୍ଷମତା ୧.୬ ବାର୍ଷିକ ନିୟୁତ ଟନ୍ ଅଟେ ।

hiranchal ad1
Leave A Reply

Your email address will not be published.

five × 3 =