ଶୋଷ ମେଣ୍ଟାଉଛି ଦୁଷିତ ଚୁଆ ପାଣି କେବେ ସୁଧୁରିବ ସମସ୍ୟା ପ୍ରଶାସନର ନିଘା ନାହିଁ ..!

0 159

ବାଲିଗୁଡ଼ା:(ବିପ୍ରଚରଣ ସାହୁ) ଜଳ ହିଁ ଜୀବନ । ହେଲେ ଆଜିବି ଅନେକ ଅଞ୍ଚଳ ରହିଛି ଯେଉଁଠି ଟୋପେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଞ୍ଚଳବାସୀ । ଗୁହାରି କରି କରି ଦିନ ପରେ ଦିନ,ମାସ ପରେ ମାସ,ବର୍ଷ ପରେ ବର୍ଷ ବିତିଯାଉଛି ହେଲେ ସୁଧୁରୁନି ସମସ୍ୟା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଟାଗୁଡ଼ା ଗ୍ରାମ ପଞ୍ଚାୟତର ସବାରକିଆ ଗାଁ ରେ ଦେଖିବାକୁ ମିଳିଛି ଗ୍ରାମବାସୀଙ୍କ ଏଭଳି ଅବସ୍ଥା ।
ଦୁଷିତ ଚୁଆ ପାଣି ଭରଷାରେ ଗାଁ ଲୋକେ । ଖରା ହେଉ ବା ବର୍ଷା ସବୁବେଳେ ସ୍ଥିତ ସମାନ । ଟୋପେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଟାଗୁଡ଼ା ଗ୍ରାମ ପଞ୍ଚାୟତର ସବାରକିଆ ଗାଁ ଲୋକେ । ଗାଁ ରେ ରହନ୍ତି ୧୦ ପରିବାର । ହେଲେ ପିଛା ଛାଡୁନି ଜଳ କଷ୍ଟ । ବିଲ ମଝିରେ ଥିବା ଏକମାତ୍ର ଚୁଆ ହିଁ ଏମାନଙ୍କ ସାହା ଭରଷା । ଖରାଦିନେ ଚୁଆର ପାଣି ଶୁଖି ଯାଉଥିବାବେଳେ ବର୍ଷାଦିନେ ବିଲ ପାଣିରେ ଭରିଯାଉଛି ଚୁଆ । ଦୁଷିତ ପାଣି ପିଇ ବିଭିନ୍ନ ସମୟରେ ରୋଗାକ୍ରାନ୍ତ ହେଉଛନ୍ତି ଅଞ୍ଚଳବାସୀ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନର ନିଘା ନାହିଁ ।

hiring

ଦୀର୍ଘ ବର୍ଷ ପରେ ମଧ୍ୟ ଏଯାବତ୍ ଗାଁ ରେ ଏଯାଏଁ ଗୋଟିଏ କୂଅ କିମ୍ବା ନଳକୂପର ବ୍ୟବସ୍ଥା ହୋଇପାରିନାହିଁ । ସେପଟେ ଖରାଦିନେ ଚୁଆ ଶୁଖିଯିବା ଯୋଗୁଁ ଦୁର ଦୁରାନ୍ତରୁ ଜଳ ସଂଗ୍ରହ କରିବାକୁ ପଡ଼େ ଗାଁ ଲୋକଙ୍କୁ । ପୁଣି ବର୍ଷାଦିନେ ସେହି ଦୁଷିତ ଚୁଆ ପାଣିକୁ ବ୍ୟବହାର କରିବାକୁ ପଡ଼େ ଏମାନଙ୍କୁ । ଯଥାଶୀଘ୍ର କୁଅ କିମ୍ବା ନଳକୁପର ବ୍ୟବସ୍ଥା କରାଇବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଅଞ୍ଚଳବାସୀ । ସେପଟେ ଗତବର୍ଷ ବାଟାଗୁଡା ଗ୍ରାମ ପଞ୍ଚାୟତ ପକ୍ଷରୁ ସବାରକିଆ ଗାଁ ପାଇଁ କୁଅ ମଞ୍ଜୁରୀ ହୋଇଥିଲା । ହେଲେ ଗାଁ ଲୋକେ କୁଅ ଖୋଳିଲେନି । ଫଣ୍ଡ୍ ଆସିଲେ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବାଟାଗୁଡ଼ା ସରପଞ୍ଚ ମେନକା ମଲ୍ଲିକ ।

ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ୟାର ସମାଧାନ କଲେ ଅଞ୍ଚଳବାସୀଙ୍କ ଜଳକଷ୍ଟ ଦୂର ହୋଇପାରିବ ।

hiranchal ad1
Leave A Reply

Your email address will not be published.

5 × five =