କରୋନା କଥା – 3 : ୱୁହାନ୍ ଲକଡାଉନ ଫର୍ମୁଲା!

0 171

ମାରାତ୍ମକ ଚାଇନିଜ୍ ଭାଇରସ୍ କରୋନା ମହାମାରୀ COVID-19 ର ଉତ୍ପତ୍ତି ସହର ଚାଇନାର ୱୁହାନ୍ ବୋଲି ସମସ୍ତେ ଜାଣନ୍ତି ! କରୋନା ପାଇଁ କୁଖ୍ୟାତ ଓ ଚାଇନାର ପ୍ରମୁଖ ସହରମାନଙ୍କ ଭିତରେ ଅନ୍ୟତମ ୱୁହାନ୍ ରେ ଗତ ଏପ୍ରିଲ୍ 8, 2020ରୁ 11 ନିୟୁତ ବାସିନ୍ଦା 76 ଦିନ ପାଇଁ ଘରେ ବନ୍ଦ ରହିବା ପରେ ଗତ କାଲି ଅବରୋଧ ଉଠିଛି , କିନ୍ତୁ ଏବେ ବି କରୋନାର ପୁନଃ ବିସ୍ତାର ହେବାର ଆଶଙ୍କାରେ ୱୁହାନ୍ ର ବିଶେଷଜ୍ଞମାନେ ସତର୍କ ଅଛନ୍ତି।

ଦକ୍ଷିଣ ଚାଇନା ଖବରକାଗଜ ମର୍ନିଂ ପୋଷ୍ଟ ଅନୁଯାୟୀ, ନଭେମ୍ବର 17, 2019 ରେ କରୋନାଭାଇରସର ପ୍ରଥମ ମାମଲା ଏଠି ଚିହ୍ନଟ ହେବାର ଦୁଇ ମାସରୁ ଅଧିକ ସମୟ ପରେ ହିଁ ୱୁହାନରେ ଏହି ଅବରୋଧ ଆରମ୍ଭ ହୋଇଥିଲା। ଚାଇନାରେ ଏହି ଲକଡାଉନ୍ ରେ ୱୁହାନ୍ ର 11 ନିୟୁତ ବାସିନ୍ଦା ଏବଂ ନିକଟସ୍ଥ ସହରର ଲକ୍ଷ ଲକ୍ଷ ଲୋକ ଗୃହବନ୍ଦୀ ହୋଇଥିଲେ ! କରୋନା ବିଭୀଷିକା ଯୋଗୁଁ ଏକ ସମୟରେ ଚାଇନାର ମୋଟ 56 ନିୟୁତ ଲୋକ ତାଲା ପକାଇ ଘରେ ରହିବାକୁ ବାଧ୍ୟ ହୋଇଥିଲେ।

ଗତ ସପ୍ତାହ ପରଠାରୁ ଚାଇନାର କରୋନାଭାଇରସ୍ ରୋଗୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ଏବଂ ମଙ୍ଗଳବାର ଦିନ ଚାଇନା ରିପୋର୍ଟ କରିଛି ଯେ ସପ୍ତାହେ ହେଲା ଦେଶରେ କରୋନାଭାଇରସ୍ ସମ୍ବନ୍ଧୀୟ ଗୋଟେ ବି ମୃତ୍ୟୁ ଘଟି ନାହିଁ।
ୱୁହାନର ବାସିନ୍ଦାଙ୍କୁ ବର୍ତ୍ତମାନ ଏହି ଅଞ୍ଚଳରେ ଚଳପ୍ରଚଳ ଲାଗି ଅନୁମତି ଦିଆଯାଇଛି, କିନ୍ତୁ ତଥାପି ସେମାନେ ସଂକ୍ରମଣ ବିସ୍ତାର ନକରିବାକୁ ପ୍ରମାଣ ସ୍ଵରୂପ ଏକ ସ୍ଵତନ୍ତ୍ର ଫୋନ୍ ଆପ ମାଧ୍ୟମରେ ଆବଶ୍ୟକ ସ୍ଥଳେ କର୍ତ୍ତୃପକ୍ଷଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ରେକର୍ଡ ଦେଖାଇବାକୁ ବାଧ୍ୟ ! ଯେଉଁମାନେ ଅସୁସ୍ଥ ଅଛନ୍ତି କିମ୍ବା ଯେଉଁମାନେ COVID-19 ପାଇଁ ପଜିଟିଭ୍ ଙ୍କ ସହ ଏବେବି ଯୋଗାଯୋଗରେ ଅଛନ୍ତି, ସେମାନେ ନିଶ୍ଚିତ ଭାବରେ ସଙ୍ଗରୋଧରେ ରହିବେ | ପ୍ରାଥମିକ ବିଦ୍ୟାଳୟରୁ ମହାବିଦ୍ୟାଳୟ ସମେତ ଶିକ୍ଷାନୁଷ୍ଠାନଗୁଡ଼ିକ ଏବେବି ଖୋଲିନାହିଁ। ଲକଡାଉନ୍ ପଦକ୍ଷେପ ହଟାଯିବା ପରେ କୌଣସି ଆଉ ଯେପରି କୌଣସି ଲୋକ କରୋନା ଆକ୍ରାନ୍ତ ହେବେ ନାହିଁ, ତା’ ଦେଖିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସହର ଉପରେ ତୀକ୍ଷ୍ଣ ନଜର ରଖିବେ।

hiring

ଗୁରୁତ୍ୱପୂର୍ଣ୍ଣ ପୂର୍ଣ୍ଣ ହେଉଛି ହାର୍ଭାର୍ଡ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲଥ୍ ର ଏପିଡେମୋଲୋଜି ପ୍ରଫେସର ମେଗାନ୍ ମୁରେ ଫୋର୍ବସ୍ ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ – କରୋନା ଯୁଦ୍ଧ ଜିତିଥିବା ଲୋକଙ୍କ ପାଖରେ ଏବେ କେତେ ରୋଗ ପ୍ରତିରୋଧକ ଶକ୍ତି ରହିଛି, ତାହା ଉପରେ ଭବିଷ୍ୟତରେ ପୁଣି ସଂକ୍ରମଣ ହେବ ବା ନହେବ, ସେ ସ୍ଥିତି ନିର୍ଭର କରେ |

କରୋନା ଯୋଗୁଁ ଯେତେବେଳେ ୱୁହାନରେ ଲକ୍ଡାଉନ୍ ଆରମ୍ଭ ହେଲା, ସେତେବେଳେ ଚୀନ୍ ଅଧିକାରୀମାନେ ଭୟଙ୍କର ସମାଲୋଚନାର ଶିକାର ହୋଇଥିଲେ! ଏପରିକି କିଛି ଲୋକ ଏହାକୁ ନିଷ୍ଠୁର ଓ ଅମାନୁଷିକ ପଦକ୍ଷେପ ଭାବରେ ଦେଖୁଥିଲେ | କାହାକୁ କୌଣସି କାରଣରୁ ସହର ଛାଡିବାକୁ ଅନୁମତି ଦିଆଯାଇନଥିଲା ! ଜନସାଧାରଣ ଙ୍କ ଚଳପ୍ରଚଳ ବନ୍ଦ ସହ ଅଧିକାଂଶ ଯାନବାହାନକୁ ରାସ୍ତା ଉପରେ ବାରଣ କରାଯାଇଥିଲା ! ଖାଦ୍ୟ ଏବଂ ଔଷଧ ବିକ୍ରୟ ବ୍ୟତୀତ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇଗଲା। ଚାଇନା ସରକାରଙ୍କ କହିବାନୁସାରେ, ଏହି କାରଣରୁ ହିଁ ୱୁହାନରେ COVID-19ର ମାମଲା ଶୀଘ୍ର ହ୍ରାସ ପାଇବାରେ ଲାଗିଲା । ୱୁହାନ ଲକଡାଉନ୍ ର ସ୍ପଷ୍ଟ ସଫଳତା ଆମେରିକା ସମେତ ଅନ୍ୟ ଦେଶମାନଙ୍କୁ ସାମାଜିକ-ଦୂରତାମୂଳକ ପଦକ୍ଷେପ ଅନୁସରଣ କରିବାକୁ ପ୍ରେରିତ କରିଛି, ଯଦିଓ ଅନ୍ୟ ଅବରୋଧ ସୂତ୍ରକୁ ଆପଣେଇ ନେଇଥିବା ଦେଶରେ ଲକଡାଉନ୍ କେବେ ଶେଷ ହେବ ତାହାର ସମୟ ସୀମା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

ୱୁହାନ୍ ଖୋଲିବା ପରେ ଅର୍ଥନୀତିଜ୍ଞମାନେ ମଧ୍ୟ ବ୍ୟବସାୟ କେତେ ଶୀଘ୍ର ପଛ ସମୟକୁ ଫେରି ସ୍ଵାଭାବିକ ହୋଇପାରିବ ତାହା ଉପରେ ଏବେ ନଜର ରଖିଛନ୍ତି | ଯଦି ୱୁହାନର ଅର୍ଥନୀତି ଶୀଘ୍ର ପୁନର୍ବାର ସ୍ୱାଭାବିକ ହୁଏ , ତେବେ ଲକଡାଉନ ବଢେଇବା ଓ ସାମାଜିକ ଦୂରତାକୁ ଗୁରୁତ୍ଵ ଦେଇ କରୋନା ମୁକାବିଲାର ୱୁହାନ ଫର୍ମୁଲାକୁ ସମସ୍ତେ ଅନୁସରଣ କରିବାକୁ ବାଧ୍ୟ ହେବେ l କରୋନାର କାୟାରେ ଥରହର ସାରା ବିଶ୍ୱର ନଜର ଏବେ ଏହା ଉପରେ ରହିଛି!

hiranchal ad1
Leave A Reply

Your email address will not be published.

five − 1 =