ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ ଜାରି ; ୫ ମୃତ

0 40

ଡେରାଡୁନ : ଉତ୍ତରାଖଣ୍ଡର ପାହାଡିଆ ଅଞ୍ଚଳରେ ବର୍ଷା ବିତ୍ପାତ ଜାରି ରହିଛି। ମଙ୍ଗଳବାର ସକାଳ ସମୟରେ ନୈନିତାଲ ଜିଲାର ଧାରୀ ବ୍ଲକ ଅନ୍ତର୍ଗତ ଚୌଖୁଟା ଗାଁରେ ବର୍ଷା ପ୍ରଭାବରେ ଶ୍ରମିକଙ୍କ ଘର ଉପରେ ରାସ୍ତାକଡରେ ଥିବା ସୁରକ୍ଷା ପ୍ରାଚୀର ଭୁଷୁଡି ପଡିଛି। ଏଥିରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାସହ ମାଟିତଳୁ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଉଦ୍ଧାରକାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ସେହିପରି ଖେରନାରେ ଝୁମ୍ପୁଡି ଉପରେ ପଥର ଖସିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଖବର ମିଳିଛି। ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ରାସ୍ତା ବନ୍ଦ ହୋଇ ରହିଥିବା ବେଳେ ରାସ୍ତା ଗୁଡିକୁ ସଠିକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ନିର୍ଦ୍ଦେଶ ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

eighteen + 9 =