ପୁଣି ବଢିଲା ଏଲପିଜି ସିଲିଣ୍ଡର ଦର

0 84

ନୂଆଦିଲ୍ଲୀ: ପୁଣିଥରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ ହୋଇଛି । ପେଟ୍ରୋଲିୟମ କମ୍ପାନୀଗୁଡିକ ଘରୋଇ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି କରିଛନ୍ତି । ଆଜି ଅଣ ସବ୍‌ସିଡି ଗ୍ୟାସ ୨୫ ଟଙ୍କା ବଢିଛି । ନୂଆ ଦର ପରେ ଦିଲ୍ଲୀରେ ୧୪.୨ କେଜି ସିଲିଣ୍ଡରର ଦାମ ୮୫୯.୫ ଟଙ୍କା ହୋଇ ଯାଇଛି ।
ପୂର୍ବରୁ ଏହା ୮୩୪.୫୦ ଟଙ୍କା ରହିଥିଲା । ଜୁଲାଇ ୧ରେ ଏଲପିଜି ସିଲିଣ୍ଡର ୨୫.୫୦ ଟଙ୍କା ବୃଦ୍ଧି ପାଇଥିଲା । ଏଲପିଜି ଦର ବୃଦ୍ଧି ପାଉଥିବାରୁ ଏବେ ବିଭିନ୍ନ ଖାଦ୍ୟ ସାମଗ୍ରୀର ଦର ବଢିବାର ଆଶଙ୍କା ପ୍ରକାଶ ପାଇଛି । ସେହିପରି ପେଟ୍ରୋଲ ଓ ଡିଜେଲ ଦର ନ ବଢିଲେ ମଧ୍ୟ ଏବେ ବି ଆକାଶ ଛୁଆଁ ହୋଇଛି । ଅଧିକାଂଶ ସହରରେ ପେଟ୍ରୋଲ ଲିଟର ପିଛା ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ।
ଆଜି ଗ୍ୟାସ ଦର ବଢିବା ପରେ ମୁମ୍ବାଇରେ ୧୪.୨ କେଜି ସିଲିଣ୍ଡରର ଦାମ ୮୫୯.୫୦, କୋଲକାତାରେ ୮୬୧ ଟଙ୍କା ୮୮୬ ଟଙ୍କା, ଚେନ୍ନାଇରେ ୮୭୫.୫୦ ଟଙ୍କା ହୋଇଯାଇଛି । ଉତ୍ତର ପ୍ରଦେଶରେ ୮୯୭.୫୦ ଟଙ୍କା ଓ ଗୁଜରାଟରେ ୮୬୬.୫୦ ଟଙ୍କାରେ ସିଲିଣ୍ଡର ବିକ୍ରି ହେଉଛି ।
ଚଳିତ ବର୍ଷ ଆରମ୍ଭରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ପିଛା ଦର ୬୯୪ ଟଙ୍କା ଥିଲା । ଫେବୃଆରୀ ୧୫ ବେଳକୁ ଏହା ୭୬୯ ଟଙ୍କାରେ ପହଞ୍ଚି ଯାଇଥିଲା ।

hiranchal ad1
Leave A Reply

Your email address will not be published.

1 × one =