ଭୁଶୁଡ଼ିଲା କାନ୍ଥ, ୯ ମୃତ

0 49

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌ ଅନ୍ତର୍ଗତ ଦିଲକୁଶା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୯ ଜଣଙ୍କ ଜୀବନ ଯାଇଛି। ସେହିପରି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ରହିଥିବା ଜଣାପଡ଼ିଛି।
ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟା ହେଲା ଲଗାଣ ବର୍ଷା ଲାଗି ରହିଛି। ଏଥିଯୋଗୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଯାଇଛି।ଏସବୁ ଭିତରେ ଆଜି ସକାଳୁ ଲୋକମାନେ ଆଶ୍ରୟ ନେଇଥିବା ଗୋଟିଏ ଘରର ବିରାଟ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଦିଲକୁଶା ଅଞ୍ଚଳରେ ଥିବା ଗୋଟିଏ ଆର୍ମି ଏନକ୍ଲେଭ ବାହାରେ କିଛି ଶ୍ରମିକ ମାଟି ଘର ମଧ୍ୟରେ ରହୁଥିଲେ। ତେବେ ରାତି ସାରା ବର୍ଷା ଲାଗି ରହିବାରୁ ଆର୍ମି ଏନକ୍ଲେଭର ବାଉଣ୍ଡରୀ କାନ୍ଥ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଏହା ଶ୍ରମିକମାନେ ରହୁଥିବା ଘର ଉପରେ ପଡ଼ି ଯିବାରୁ ଏହା ତଳେ ପ୍ରାୟ ୧୧ ଜଣ ଲୋକ ଚାପି ହୋଇଯାଇଥିଲେ। ଧ୍ୱଂସାବଶେଷ ତଳୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କୁ ସୁରକ୍ଷିତ ବାହାର କରାଯାଇଛି। ସୁରକ୍ଷିତ ଉଦ୍ଧାର ହୋଇଥିବା ୨ ଜଣଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେମାନେ ବିପଦ ମୁକ୍ତ ରହିଥିବା ଡାକ୍ତରମାନେ କହିଛନ୍ତି।
ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୪ ଲକ୍ଷ ଓ ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ଅନୁଦାନ ଘୋଷଣା କରିଛନ୍ତି

hiranchal ad1
Leave A Reply

Your email address will not be published.

three × five =