ଚଳନ୍ତା ବସରେ ଦେବଦୂତ ସାଜିଲେ ନର୍ସ

0 58

ଚଳନ୍ତା ବସରେ ପ୍ରସବ କରାଇଲେ ନର୍ସ । ବିଶାଖାପାଟଣାରୁ ଇଚ୍ଛାପୁର ଆସୁଥିବାବେଳେ ଚିକିଟିର ମହିଳାଙ୍କର ହୋଇଥିଲା ପ୍ରସବ ବେଦନା , ସୌଭାଗ୍ୟବଶତଃ ସେହି ବସରେ ଜଣେ ନର୍ସ ମଧ୍ୟ ଯାତ୍ରା କରୁଥିଲେ । ଉପସ୍ଥିତ ବୁଦ୍ଧି ଖଟାଇ ଚର୍ଚ୍ଚାକୁ ଆସିଛନ୍ତି ଆନ୍ଧ୍ରର ଜଣେ ନର୍ସ ।ଚିକିଟି ବ୍ଲକ୍ ସୁରଳ ଗ୍ରାମର ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ସହ ଗତକାଲି ଆନ୍ଧ୍ରପ୍ରଦେଶ ସଡ଼କ ପରିବହନ ନିଗମର ଏକ ବସରେ ବିଶାଖାପାଟଣାରୁ ଇଚ୍ଛାପୁର ଆସୁଥିଲେ । ସନ୍ଧ୍ୟାରେ ବସ୍ ଶ୍ରୀକାକୁଲମ୍ ଅତିକ୍ରମ କରିବା ବେଳେ ହଠାତ୍ ତାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଯାଇଥିଲା । ତେବେ ସୌଭାଗ୍ୟବଶତଃ ଉକ୍ତ ବସ୍ ଭିତରେ ଆନ୍ଧ୍ରପ୍ରଦେଶ ପଲାସା ମଣ୍ଡଳର ବ୍ରାହ୍ମଣତାରଲା ଗ୍ରାମନିବାସୀ ତଥା ଆନ୍ଧ୍ର ସେକ୍ରେଟେରିଆଟର ଷ୍ଟାଫନର୍ସ ଭାନାଜାକ୍ସି ଥିଲେ । ସେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପରେ ପ୍ରସବ ସମୟ ନିକଟତର ହୋଇଥିବା ଜାଣିବାକୁ ପାଇଥିଲେ । ଆଉ ବିଳମ୍ବ ନକରି ବସ୍ ଭିତରେ ହିଁ ତାଙ୍କର ପ୍ରସବ କରାଇବାକୁ ନିଷ୍ପତ୍ତି ନେଇଥିଲେ । ପଲାସା ରାସ୍ତାରେ ବସକୁ ଅଟକାଯିବା ସହ ଯାତ୍ରୀମାନେ ତଳକୁ ଓହ୍ଲାଇଥିଲେ । ଆଉ ଭାନାଜାକ୍ସି ନିଜେ ସୁରକ୍ଷିତ ପ୍ରସବ କରାଇଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ମହିଳାଙ୍କୁ ପଲାସା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

17 − 8 =