୪୫ ସ୍କୁଲକୁ ବୋମା ବିସ୍ଫୋରଣ ଧମକ

0 84

କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ ବୋମା ଆତଙ୍କ। ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ୪୫ଟି ସ୍କୁଲକୁ ମିଳିଛି ବିସ୍ଫୋରଣର ଧମକ। ଇ-ମେଲ ଯୋଗେ ଘରୋଇ ସ୍କୁଲଗୁଡ଼ିକୁ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ପୂରା ହଇଚଇ ସୃଷ୍ଟି ହୋଇଛି।

ପୁଲିସ୍‌ ସହ ଅନ୍ୟ ସୁରକ୍ଷା ଏଜେନ୍ସି ଓ ଡଗ ସ୍କ୍ୱାଡ ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଛନ୍ତି। ସେହିପରି ୪୫ଟି ଯାକ ସ୍କୁଲରୁ ପିଲା ଓ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ହେଲେ ଏବେ ସୁଦ୍ଧା କୌଣସି ସ୍କୁଲରୁ ବୋମା ରହିଥିବା ଠାବ ହୋଇନାହିଁ। ତଥାପି ଅଭିଭାବକମାନେ ପିଲାମାନଙ୍କ ସୁରକ୍ଷାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି।ଆଜି ସକାଳୁ ପ୍ରଥମେ ୧୫, ପରେ ୨୫ ଓ ଶେଷରେ ୪୫ଟି ସ୍କୁଲର ଇ-ମେଲକୁ ହଠାତ୍‌ ବୋମା ବିସ୍ଫୋରଣର ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା। ଖବର ପାଇ ପୁଲିସ୍‌ ତୁରନ୍ତ ସ୍କୁଲଗୁଡ଼ିକରେ ପହଞ୍ଚିଥିଲା। ବୋମା ନିଷ୍କ୍ରିୟକାରୀ ଟିମ ଓ ଡଗ ସ୍କ୍ୱାଡ ମଧ୍ୟ ସର୍ଚ୍ଚ ଅପରେସନରେ ଲାଗିଥିଲେ।

ତେବେ ଗୋଟିଏ ସମୟରେ ଏତେ ସଂଖ୍ୟକ ସ୍କୁଲକୁ ବୋମା ବିସ୍ଫୋରଣର ଧମକ ସମସ୍ତଙ୍କୁ ଚକିତ କରିଛି। ଧମକ ପରେ ତୁରନ୍ତ ସ୍କୁଲରେ ଥିବା ପିଲା ଓ କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଖବର ପାଇ ସ୍କୁଲ ବାହାରେ ଅଭିଭାବକମାନେ ମଧ୍ୟ ଭିଡ଼ କରିଥିଲେ। ହ୍ୱାଇଟଫିଲ୍ଡ, କୋରେମଙ୍ଗାଲା, ବାସବେଶନଗର, ୟାଲାହାଙ୍କା ଓ ସଦାସିବନଗରରେ ଥିବା ଘରୋଇ ସ୍କୁଲଗୁଡ଼ିକୁ ବୋମା ବିସ୍ଫୋରଣ ଧମକ ମିଳିଛି। ସ୍କୁଲରେ ଯାଞ୍ଚ କଡ଼ାକଡ଼ି ଭାବେ ଚାଲୁଥିବାରୁ ଅଭିଭାବକଙ୍କୁ ଡାକି ପିଲାମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଏନେଇ ଭୟଭୀତ ହେବାର କିଛି ନାହିଁ ବୋଲି ପୁଲିସ୍‌ କମିଶନର ଓ ସରକାର ସମସ୍ତଙ୍କୁ ଆଶ୍ୱସନା ଦେଇଛନ୍ତି।

hiring

କର୍ଣ୍ଣାଟକା ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି, “ଆମେ ଇ-ମେଲ କେଉଁଠୁ ଆସିଛି,ତା’ର ତଦନ୍ତ କରୁଛୁ। ଏପରି ଧମକକୁ ଗୁରୁତର ସହ ନିଆଯାଇଛି। ପୁଲିସ୍‌କୁ ଏହାକୁ ପ୍ରାଥମିକତା ଦେଇ ଯାଞ୍ଚ କରିବାକୁ କହିଛି।”

ବେଙ୍ଗାଲୁରୁ ପୁଲିସ୍‌ କମିଶନର ବି ଦୟାନନ୍ଦ କହିଛନ୍ତି, “ବେଙ୍ଗାଲୁରୁର କିଛି ସ୍କୁଲକୁ ଇ-ମେଲ ଯୋଗେ ବୋମା ବିସ୍ଫୋରଣ ଧମକ ମିଳିଥିଲା। ଏହା ଏକ ମିଛ ଧମକ ଭଳି ଲାଗୁଛି। କିନ୍ତୁ ପୁଲିସ୍‌ ଏହାକୁ ଆଦୌ ହାଲୁକା ଭାବେ ନେଇନାହିଁ। ଦୋଷୀଙ୍କୁ ଧରିବା ପାଇଁ ସବୁ ପ୍ରକାରର ଉଦ୍ୟମ କରାଯାଉଛି। ପୁଲିସ୍‌ ପକ୍ଷରୁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛି।”

ଅନ୍ୟପକ୍ଷରେ ବାରମ୍ବାର ବେଙ୍ଗାଲୁରୁର ସ୍କୁଲଗୁଡ଼ିକୁ ଏପରି ଧମକପୂର୍ଣ୍ଣ ବାର୍ତ୍ତା ମିଳୁଥିବାରୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଅଭିଭାବକମାନଙ୍କୁ ବ୍ୟସ୍ତ ନ ହେବା ପାଇଁ କହିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରିବ ଓ ଉପଯୁକ୍ତ ପଦକ୍ଷେପ ନେବ। ସ୍କୁଲଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଥିବା ସେ ସୂଚନା ଦେଇଛନ୍ତି।

ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଗୋଟିଏ ସ୍କୁଲରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି। ଏଥିସହ ୨୪ ଘଣ୍ଟା ମଧ୍ୟରେ ଦୋଷୀକୁ ଧରାଯିବ ବୋଲି କହିଛନ୍ତି।

hiranchal ad1
Leave A Reply

Your email address will not be published.

13 + 10 =