୨୪ ଘଣ୍ଟାରେ ମଲେଣି ୯ ସନ୍ତ୍ରାସବାଦୀ

0 104

ନୂଆଦିଲ୍ଲୀ :ଜମ୍ମୁ-କାଶ୍ମୀରର ସୀମାନ୍ତରେ ୨୪ ଘଣ୍ଟାରେ ୯ ସନ୍ତ୍ରାସବାଦୀ ନିହତ ହେଲେଣି ବୋଲି ଆଜି ଭାରତୀୟ ପଦାତିକ ବାହିନୀ ପକ୍ଷରୁ ସୂଚନା ମିଳିଛି । ଖବରରୁ ପ୍ରକାଶ ଯେ, ଏହି ସନ୍ତ୍ରାସବାଦୀମାନେ ଦୁଇଟି ପୃଥକ ପୃଥକ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଯେଉଁଥିରେକି ସନ୍ତ୍ରାସବାଦୀଙ୍କ ଗୁଳିରେ ଜଣେ ଯବାନ୍ ସହୀଦ୍ ହୋଇଥିବା ବେଳେ ଦୁଇଜଣ ଯବାନ୍ ଗୁରୁତରଭାବେ ଆହତ ହୋଇଛନ୍ତି । ଆର୍ମି ସୂତ୍ରରୁ ପ୍ରକାଶ ଯେ, ଆଜି ସକାଳୁ ଉତ୍ତର କାଶ୍ମୀରର କେରାନ୍ ସେକ୍ଟରରେ ଯବାନମାନଙ୍କ କଡ଼ା ପହରା ଦେବା ସମୟରେ ଏହି ସନ୍ତ୍ରାସବାଦୀମାନଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା । ଯେଉଁଥିରେ କି ୫ ସନ୍ତ୍ରାସବାଦୀ ନିହତ ହୋଇଥିଲା ବେଳେ ଗତକାଲି ରାତିରେ ଖୁର୍ ବାଟପୋରା ଗ୍ରାମରେ ୪ ସନ୍ତ୍ରାସବାଦୀ ନିହତ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

1 + 4 =