ଜି. ଉଦୟଗିରି ବିଧାୟକ ଜାକବ ପ୍ରଧାନଙ୍କ ବିଧାୟକ ପଦରୁ ଇସ୍ତଫା

0 585

ବୈାଦ୍ଧ- କନ୍ଧମାଳ ଜିଲ୍ଲା ଜି ଉଦୟଗିରି କଂଗ୍ରସ ଦଳର ବିଧାୟକ ଜାକବ ପ୍ରଧାନ ଗୁରୁବାରଦିନ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଓଡିଶା ବିଧାନସଭାର ବାଚସ୍ପତି ପ୍ରଦିପ କୁମାର ଅମାତଙ୍କୁ ତାଙ୍କ ବୈାଦ୍ଧ ବାସଭବନରେ ଭେଟି ପ୍ରଦାନ କରିଛନ୍ତି । ଇସ୍ତଫା ପତ୍ରକୁ ବାଚସ୍ପତି ଶ୍ରୀ ଅମାତ ଗ୍ରହଣ କରିଛନ୍ତି । ଇସ୍ତଫା ପତ୍ର ପ୍ରଦାନ ପରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ,୨୦୧୪ ନିର୍ବାଚନ ସମୟରେ ସମଗ୍ର ଓଡିଶାରେ କଂଗ୍ରେସର ବିପର୍ଯ୍ୟୟ ସମୟରେ ମୁଁ ଦଶ ହଜାରରୁ ଅଧିକ ଭୋଟରେ ବିଜୟ ଲାଭକରି କଂଗ୍ରେସର ମର୍ଯ୍ୟାଦା ରକ୍ଷା କରିଥିଲି ।

hiring

୨୦୧୯ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇ ଦଳର ମର୍ଯ୍ୟାଦା ରକ୍ଷା କରିବି ସେଥିପାଇଁ ଦୀର୍ଘ ପାଞ୍ଚ ବର୍ଷ ହେବ ବହୁ କଷ୍ଟ କରି ସଂଗଠନ କରିଥିଲି । ଦୁର୍ଭାଗ୍ୟ ଯେ ୨୦୧୯ ନିର୍ବାଚନରେ ମୋତେ ଦଳୀୟ ଟିକଟ ଦିଆଗଲାନାହିଁ । ମୋ ବଦଳରେ ଯାହାରକି କୌଣସି ପରିଚୟ ନାହିଁ ସେଭଳି ଜଣେ ବ୍ୟକ୍ତିଙ୍କୁ ଦଳ ଟିକେଟ ପ୍ରଦାନ କଲା । ମୁ ନିଜକୁ ନିର୍ଯ୍ୟାତିତ ମନେକଲି ଏବଂ ଦଳିୟ ପ୍ରାର୍ଥୀ ବିରୁଦ୍ଧରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କଲି । ନାମାଙ୍କନ ପତ୍ର ଦାଖଲ କଲା ପରେ ମୋ ବିରୁଦ୍ଧରେ ଦଳିୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରାଗଲା । ତାପରେ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କଲି । ମୋ ବିରୁଦ୍ଧରେ ଦଳ ତରଫରୁ ଅନେକ ମିଥ୍ୟା ରିପୋର୍ଟ ପ୍ରସ୍ତୁତ କଲେ । ସେ ଜିତିବେ ନାହିଁ ହାରିଯିବେ ତାଙ୍କ ସାଙ୍କରେ ଲୋକ ନାହାନ୍ତି ରିପୋର୍ଟ ପ୍ରସ୍ତୁତି କରାଗଲା ଓ ଟିକଟ ଦିଆଗଲା ନାହିଁ । ମୁଁ ୨୦୧୪ ନିର୍ବାଚନରେ ବହୁ ଭୋଟରେ ଜିତିଥିଲି ଯେଉଁମାନେ ଅମାନତ ହରାଇଛନ୍ତି । ସେମାନଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି । ଅଥଚ ମୋତେ ପ୍ରାର୍ଥୀ କରାଗଲା ନାହିଁ । ଫଳରେ ଦଳରେ ତିଳେ ମାତ୍ର ରହିବାକୁ ଇଚ୍ଛା କଲି ନାହିଁ । ତେଣୁ ମୁଁ ବାଚସ୍ପତିଙ୍କ ଠାରେ ବିଧାୟକ ପଦରୁ ଇସ୍ତଫା ଦେଇଛି ।

hiranchal ad1
Leave A Reply

Your email address will not be published.

5 × four =