ମୋଦିଙ୍କ ମଙ୍ଗଳବାର ଦିନର ନିର୍ବାଚନୀ ସଭା ସମ୍ବଲପୁର ରୁ ଆରମ୍ଭ, ଭାଜପା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ବିବରଣୀ ଦିଆଗଲା

0 568

ସମ୍ବଲପୁର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଆସନ୍ତା ଏପ୍ରିଲ ୧୬ ତାରିଖ ମଙ୍ଗଳବାର ଦିନର ନିର୍ବାଚନୀ ସଭା ସମ୍ବଲପୁର ରୁ ଆରମ୍ଭ କରିବେ । ଦିଲ୍ଲୀରୁ ବିଶେଷ ବିମାନ ଯୋଗେ ଝାରସୁଗୁଡା ଓ ସେଠାରୁ ବିଶେଷ ହେଲିକପ୍ଟର ଦ୍ବାରା ସ୍ଥାନୀୟ ରେମେଡଛକ ନିକଟସ୍ଥ ସଭାସ୍ଥଳକୁ ପୂର୍ବାହ୍ନ ୧୦ଟା ରେ ପହଞ୍ଚି ଏକ ଜନସଭା କୁ ସମ୍ବୋଧିତ କରିବେ । ଏହା ହେବ ସେଦିନ ତାଙ୍କର ପ୍ରଥମ ନିର୍ବାଚନୀ ସଭା ।

ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏପରି ସୂଚନା ଦିଆଯାଇଛି । ଏହି ସଭାରେ ଭାଜପା ବିଧାୟକ ପ୍ରାର୍ଥୀ ଓ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ସହିତ ପାର୍ଟିର ରାଜ୍ୟ ପ୍ରବକ୍ତା ଗୋବିନ୍ଦ ଅଗ୍ରଓ୍ବାଲ, ଆଞ୍ଚଳିକ ମିଡ଼ିଆ ପ୍ରଭାରୀ ମାନସ ରଞ୍ଜନ ବକ୍ସି, ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ଓ ଜିଲ୍ଲା ପ୍ରବକ୍ତା ସୃର୍ଯ୍ଯ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

hiring

ପ୍ରାପ୍ତ ସୂଚନା ଅନୁସାରେ ମଙ୍ଗଳବାର ଦିନ ଉକ୍ତ ଜନସଭା ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ସମ୍ବଲପୁର ଲୋକସଭା ପ୍ରାର୍ଥୀ ନିତେଶ ଗଙ୍ଗଦେବ ଓ ଏହି ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାତୋଟି ଯାକ ବିଧାୟକ ପ୍ରାର୍ଥୀ ମଞ୍ଚାସୀନ ରହିବେ ।

ପୁଣି ସାମ୍ବାଦିକମାନଙ୍କ ସମ୍ମୁଖରେ ଏହା ମଧ୍ୟ ସ୍ପଷ୍ଟ କରି ଦିଗଲା ଯେ ସୁରକ୍ଷା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ଏହି ସଭା ପାଇଁ ଉଚ୍ଚ ପ୍ରଶାସନିକ ଅଧିକାରୀମାନେ ଓ ଦିଲ୍ଲୀ ରୁ ଆସି ସୁରକ୍ଷା ଅଧିକାରୀମାନେ ସ୍ଥାନ ନିରୂପଣ ଓ ସଭାର ସାମଗ୍ରିକ ବ୍ଯବସ୍ଥା ବୁଝୁଛନ୍ତି ଓ ଭାଜପା ର କୌଣସି ବିଶେଷ ଭୂମିକା ରହିବ ନାହିଁ । ଉକ୍ତ ସଭାରେ ପ୍ରାୟ ଲକ୍ଷାଧିକ ଜନ ସମାବେଶ ଆଶା କରା ଯାଉଛି ।

ସାମ୍ବାଦିକମାନଙ୍କୁ ଏହା ମଧ୍ୟ ଜଣାଇ ଦିଆଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ପୂର୍ବସନ୍ଧ୍ଯା ସମ୍ବଲପୁରଠାରେ ଏକ ରୋଡ଼ଶୋ ଅନୁଷ୍ଠିତ କରାଯିବ ଏହି ରୋଡ଼ଶୋରେ ।

hiranchal ad1
Leave A Reply

Your email address will not be published.

six + 10 =