ତାରା ଓ ନରସିଂହଙ୍କ ଦଳୀୟ ପଦ ଛାଡିବା ପ୍ରସଂଗ, ପିସିସି ସଭାପତି କହିଲେ ଏମିତି

0 137

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦବାହିନୀ ପତି ଓ ନରସିଂହ ମିଶ୍ର ଦଳୀୟ ପଦ ଛାଡିବା ନେଇ ଚର୍ଚ୍ଚା ହେଉଛି । ଏହି ପ୍ରସଙ୍ଗ ଉପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମୋ ପାଖକୁ ସେମିତି କିଛି ଖବର ଆସିନି ଓ ବ୍ୟକ୍ତିଗତ ଭାବେ ମଧ୍ୟ ମୁଁ ସେମାନଙ୍କ ସହ ଆଲୋଚନା କରିନାହିଁ । ଦଳ ପାଇଁ ସେମାନେ ଯେଭଳି କାମ କରୁଛନ୍ତି ସେଭଳି କାମ କରନ୍ତୁ ବୋଲି ସେ କହିଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ୍‌ ନୀତି ଆଦର୍ଶ ଯାହା ଥିଲା ତାହା ରହିଛି, ସେଥିରେ କିଛି ପରିବର୍ତ୍ତନ ହୋଇନି ।
ଯେଉଁମାନେ ଦଳ ଛାଡୁଛନ୍ତି ସେମାନେ କେବଳ ସ୍ୱାର୍ଥ ପାଇଁ ଦଳ ଛାଡୁଛନ୍ତି । ଦଳ ଭିତରେ ଶୃଙ୍ଖଳା ଓ କଠିନ ପରିଶ୍ରମ ନିହାତି ଆବଶ୍ୟକ, ନହେଲେ ଜନମତ ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି ପିସିସି ସଭାପତି ପ୍ରତିକ୍ରିୟା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × 5 =