ଚାକିରି ଛାଡି ନିର୍ବାଚନ ମଇଦାନରେ ଉଚ୍ଚଶିକ୍ଷିତା ଛାତ୍ରୀ

0 77

ପୁରୀ : ଚାକିରୀ ଛାଡି ନିର୍ବାଚନ ମଇଦାନରେ ଜଣେ ଉଚ୍ଚଶିକ୍ଷିତା ଛାତ୍ରୀ । ପୁରୀ ଜିଲ୍ଲା ୧ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ୨୪ବର୍ଷୀୟ ଶୁଭସ୍ମିତା ସାହୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଶୁଭସ୍ମିତା ସିଭିଲରେ ଡିପ୍ଲୋମା କରିବା ପରେ ମୁମ୍ବାଇସ୍ଥିତ ଟାଟା କମ୍ପାନୀରେ ଭଲ ଦରମାରେ ଚାକିରି କରିଥିଲେ । ମାତ୍ର ତାଙ୍କୁ ଆତ୍ମସନ୍ତୋଷ ମିଳିନଥିଲା । ପରେ ସେ ଚାକିରୀ ଛାଡି ନିଜର ଅଞ୍ଚଳର ବିକାଶ ଓ ଲୋକଙ୍କ ସେବା ପାଇଁ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ । ବାପା,ମାଙ୍କ ପ୍ରେରଣାରେ ଜନସେବା ପ୍ରତି ମନ ବଳାଇ ସେହି ଲକ୍ଷ୍ୟ ପୂରଣ ପାଇଁ ରାଜନୀତି ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ନାରୀ ନିର୍ଯାତନା, ଅଞ୍ଚଳରେ ପର୍ଯ୍ୟଟନର ବିକାଶ,ଦାରିଦ୍ର୍ୟ ଦୂରୀକରଣ, ପାନୀୟ ଜଳ ସମସ୍ୟା ସମାଧାନ ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି । ସେ ଜାତୀୟ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି । ସେ ଜଣେ ଉଚ୍ଚ ଶିକ୍ଷିତା ହୋଇଥିବା ତାଙ୍କୁ ମଧ୍ୟ ବେଶ ସମର୍ଥନ ମିଳୁଛି ।

hiranchal ad1
Leave A Reply

Your email address will not be published.

fourteen + 13 =