ଟି୨୦ ବିଶ୍ୱକପ୍ ଖେଳସୂଚୀ, ଅକ୍ଟୋବର ୨୩ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

0 62

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଚଳିତ ବର୍ଷ ଅନୁଷ୍ଠିତ ହେବ ଟି୨୦ ବିଶ୍ୱକପ୍ । ଆଇସିସି ଏହି ଟୁର୍ଣ୍ଣାମେଣ୍ଟର ଖେଳସୂଚୀ ଜାରି କରିଛି । ଏବେ ଅଷ୍ଟ୍ରେଲିଆ ଟିମ୍ ଟି୨୦ ଚାମ୍ପିଅନ ରହିଛି । ଯଦି ଏପରି ସ୍ଥିତିରେ କଙ୍ଗାରୁ ମାଟିରେ ଟି୨୦ ବିଶ୍ୱକପ ଖେଳାଯାଏ ତେବେ ଘରୋଇ ଦଳର ଦବଦବା ଅଧିକ ରହିବ । ଆହୁରି ମଧ୍ୟ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ମହା ମୁକାବିଲା ।

ଆଇସିସି ଶୁକ୍ରବାର ସକାଳେ ଖେଳସୂଚୀ ଜାରି କରିଛି । ଟି୨୦ ବିଶ୍ୱକପ ଅକ୍ଟୋବର ୧୬ରୁ ଆରମ୍ଭ ହେବ । ୨୨ ତାରିଖରୁ ସୁପର ୧୨ ଖେଳାଯିବ । ଯେଉଁଥିରେ ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ । ୨୩ ତାରିଖରେ ପାକିସ୍ତାନ ସହ ମୁହାଁମୁହିଁ ହେବ ଭାରତ ।

hiring

ଟୁର୍ଣ୍ଣାମେଣ୍ଟରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଏବଂ ଅନ୍ୟ ଦୁଇ କ୍ୱାଲିଫାୟାର ଟିମ୍ ଗୋଟିଏ ଗ୍ରୁପରେ ରହିବେ । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ନଭେମ୍ବର ୨୩ରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୬ଟି ଟିମ୍ ଭାଗ ନେବେ ଓ ଅଷ୍ଟ୍ରେଲିଆର ବିଭିନ୍ନ ସହରରେ ମ୍ୟାଚ୍ ଆୟୋଜନ ହେବ ।

ଟି୨୦ ବିଶ୍ୱକପ ୨୦୨୧ରେ ବି ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ତେବେ ପାକିସ୍ତାନ ୧୦ ଓ୍ୱିକେଟରେ ମ୍ୟାଚ୍ ଜିତି ନେଇଥିଲା । ଆଗାମୀ ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରତିଶୋଧ ଲକ୍ଷ୍ୟରେ ରହିବ ।

ଗ୍ରୁପ୍-୧-ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଆଫାଗାନିସ୍ତାନ

ଗ୍ରୁପ-୨- ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ

hiranchal ad1
Leave A Reply

Your email address will not be published.

five × five =