ପିସିସି ପରିବର୍ତ୍ତନ ପ୍ରସଂଗ : କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କଲେ ଚେଲା କୁମାର

0 76

ଭୁବନେଶ୍ୱର : କଂଗ୍ରେସ ଭବନରେ ଓଡିଶା ପ୍ରଭାରୀ ଡ଼କ୍ଟର ଚେଲା କୁମାର ଆଜି ଏକ ବୈଠକରେ କଂଗ୍ରେସର ବିଧାୟକ, ପୂର୍ବତନ ସାଂସଦ ତଥା ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିଥିଲେ । ଡ଼କ୍ଟର ଚେଲା କୁମାର ୱାନଟୁ ୱାନରେ କଥା ହୋଇ ସେମାନଙ୍କ ସମସ୍ୟା ସଂପର୍କରେ ବୁଝିଥିଲେ । ସେ ଦିଲ୍ଲୀ ଫେରି ହାଇକମାଣ୍ଡଙ୍କୁ ରିପୋର୍ଟ ଦେବେ ବୋଲି ଜଣାପଡିଛି । ରିପୋର୍ଟ ପରେ କଂଗ୍ରେସର ପିସିସି ସଭାପତି ସହିତ ଅନ୍ୟ କଣ ସବୁ ପଦବୀ ପରିବର୍ତ୍ତନ ହେବ ତାହା ସୋନିଆ ଗାନ୍ଧୀ ନିଷ୍ପତି ନେବେ ବୋଲି ଆଜି କଂଗ୍ରେସ ମହଲରୁ ଚର୍ଚ୍ଚା ହେଉଛି । କଂଗ୍ରେସ ଭବନରେ କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା, ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ସହିତ କଂଗ୍ରେସର ବରିଷ୍ଠର ନେତାମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

4 × one =