କେଜ୍ରିୱାଲଙ୍କ ଟାର୍ଗେଟ୍‌ରେ ଏହି ୯ ରାଜ୍ୟ, ପ୍ରସ୍ତୁତ କଲେଣି ବ୍ଲୁ ପ୍ରିଣ୍ଟ

0 97

ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତା ହାସଲ କରିବା ପରେ ଗୁଜୁରାଟ ଏବଂ ହିମାଚଳ ବିଧାନସଭା ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି (ଆପ) ଦୃଢ ଭାବରେ ଲଢିବ । ନିକଟରେ ମଧ୍ୟପ୍ରଦେଶ ସ୍ଥାନୀୟ ନିର୍ବାଚନରେ ମଧ୍ୟ ଏହାର ଭଲ ପ୍ରଦର୍ଶନ ଦ୍ୱାରା ଦଳ ଉତ୍ସାହିତ ହୋଇଛି । ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଦଳ ବର୍ତ୍ତମାନ ଦେଶର ବଡ଼ ଭାଗକୁ ବିସ୍ତାର କରିବାକୁ ଯୋଜନା କରୁଛି । ଆସନ୍ତା ୨୪ ମାସ ମଧ୍ୟରେ ହିମାଚଳ ଠାରୁ କେରଳ ପର୍ଯ୍ୟନ୍ତ ନଅ ରାଜ୍ୟକୁ ବିସ୍ତାର କରିବାକୁ ଯୋଜନା କରୁଛି ।
ଇଟିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ଆପ୍‌ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ହରିୟାଣା, ମହାରାଷ୍ଟ୍ର, କେରଳ, ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ, ଗୁଜୁରାଟ, ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକରେ ଦଳ ଜୋରଦାର ଲଢେଇ କରିବ ।
ଦଳ ସଂଗଠନରେ ଯୁବକମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ରିପୋର୍ଟରେ କୁହାଯାଇଛି । ନଭେମ୍ବର-ଡିସେମ୍ବରରେ ହେବାକୁ ଥିବା ଗୁଜୁରାଟ, ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ଦଳ ଏକ ଭିନ୍ନ ରଣନୀତି ପ୍ରସ୍ତୁତ କରିବ । ଦଳର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ନାମ ଗୋପନ ରଖିବା ସର୍ତ୍ତରେ ଖବରକାଗଜକୁ କହିଛନ୍ତି ଯେ ଏହି ଦୁଇଟି ରାଜ୍ୟରେ ଆମେ ଏପରି କିଛି ସିଟ୍‌ ଚିହ୍ନଟ କରିଛୁ ଯେଉଁଠାରେ ଆମର ସଂଗଠନ ଭଲ ଏବଂ ପ୍ରାର୍ଥୀ ଶକ୍ତିଶାଳୀ । ଆମେ ଏଠାରେ ଆମର ସଂଗଠନକୁ ମଜବୁତ କରିବା ଉପରେ ଧ୍ୟାନ ଦେବୁ । ”ରାଜସ୍ଥାନ, ଛତିଶଗଡ, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରେ ନିର୍ବାଚନ ଆସନ୍ତା ବର୍ଷ ଅନୁଷ୍ଠିତ ହେବ ।

hiranchal ad1
Leave A Reply

Your email address will not be published.

20 + seventeen =