ଶାଳଗଛ ପଡ଼ି ଦଶପଲ୍ଲା-ଭଞ୍ଜନଗର ରାଜପଥ ଅବରୋଧ

0 92

ଦଶପଲ୍ଲା : ୪ ଦିନଧରି ଅଚାନକ ବର୍ଷାଯୋଗୁଁ ଦଶପଲ୍ଲା ଅଂଚଳର ଅନେକ ସ୍ଥାନରେ ବହୁ କ୍ଷୟକ୍ଷତି ଘଟିଥିବା ଦେଖିବାକୁ ମିଳିଛି । କେଉଁଠି ମୁଖ୍ୟ ରାସ୍ତାରେ ଘାଇ ସୃଷ୍ଟି ହେଲାଣି ତ ପୁଣି କେଉଁଠି ଫସଲ କ୍ଷତି ଘଟିଲାଣି । ଏଭଳି ସ୍ଥିତିରେ ଗତକାଲି ଅପରାହ୍ନରେ ଦଶପଲ୍ଲା -ଭଞ୍ଜନଗର ରାସ୍ତାର ଦଶପଲ୍ଲା ବ୍ଲକ୍‌ ସୀମାନ୍ତ ଭିରୁଡ଼ାଠାରେ ଏକ ବିରାଟ ଶାଳଗଛ ଭାଂଗିପଡ଼ି ରାସ୍ତା ଅବରୋଧ ହୋଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ରାଜପଥ ଅବରୋଧ ହୋଇ ରହିଥିବା ବେଳେ ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଓ ଯାତ୍ରୀ ଅଟକି ରହିଥିଲେ । ଖବର ପାଇ ଦଶପଲ୍ଲା ଦମକଳ ବାହିନୀର କର୍ମଚାରୀମାନେ ପହଞ୍ଚି ଗଛ କାଟି ରାସ୍ତା ଅବରୋଧ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା ।

hiranchal ad1
Leave A Reply

Your email address will not be published.

six − 2 =