ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ଶ୍ରଦ୍ଧାଞ୍ଜଳି ସଭା

0 128

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡ଼ା ପଞ୍ଚାୟତ ସୁଙ୍ଗୁଡ଼ା ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ପଦ୍ମଚରଣ ନାୟକ ନିକ ସାରଙ୍କ ଜନ୍ମସ୍ଥାନ ସୁଙ୍ଗୁଡ଼ା ଠାରେ ଏକଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଅଭିମନ୍ୟୁ ଧଳ ସମରେନ୍ଦ୍ର ମହଲା ପରିଚାଳନା କରିଥିବା ବେଳେ ଅନନ୍ତ ସ୍ୱାଇଁ, ସାମ୍ବାଦିକ ପ୍ରମୋଦ ଜେନା, ତଫିର ଉଦ୍ଦିନ ଖାନ, ସୂଚନା ଅଧିକାରୀ କର୍ମୀ ସର୍ବେଶ୍ୱର ବେହୁରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରମାକାନ୍ତ ରାଉତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୋମନାଥ ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଯୋଗେନ୍ଦ୍ର ନାୟକ, ଅକ୍ଷୟ ବ୍ରହ୍ମ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଦ୍ମଚରଣଙ୍କ ଗୁଣାବଳି ସମ୍ପର୍କରେ ଆଲୋଚନା କରି ସେ ଜଣେ ଆଦର୍ଶବାଦି, ନିଷ୍ଠାପର ସରଳ ଅମାୟିକ ମିଷ୍ଠଭାଷୀ ପରୋପକାରି ନିସାବି ଧର୍ମପ୍ରାଣ ବ୍ୟକ୍ତି ଭାବେ ବେଶ ପରିଚିତ ଲାଭ କରିଥିଲେ ବୋଲି ଆଲୋକପାତ କରି ତାଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତିର ସ୍ମାରକୀ ପତ୍ରିକା ପ୍ରକାଶ ପାଇଛି । ଏଥିରେ ସ୍ୱର୍ଗତ ଆଦର୍ଶ ପ୍ରଧାନ ଶିକ୍ଷକ ପଦ୍ମଚରଣ ନାୟକଙ୍କ ଜୀବନ କାଳର ବିଷୟବସ୍ତୁ ରହିଛି । ସଭା ଶେଷରେ ପୁତ୍ର ଆଇନଜୀବି ତୁଷାରକାନ୍ତ ନାୟକ, ନାତି ପରେଶ୍‌ ନାୟକ, ତାପସ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

eleven + 13 =