ମେ’ ୩୧ରେ ବ୍ରଜରାଜନଗର ଉପ ନିର୍ବାଚନ

0 78

ଭୁବନେଶ୍ୱର : ପୁଣି ରାଜ୍ୟରେ ହେବ ନିର୍ବାଚନ । ଏଥର ପଞ୍ଚାୟତ ଓ ପୌର ନୁହେଁ ହେବ ବିଧାନସଭା ନିର୍ବାଚନ । ଆସନ୍ତା ମେ ୩୧ରେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବ । ଏ ନେଇ ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ନିର୍ବାଚନ ପାଇଁ ମେ ୪ ତାରିଖରେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବ । ମେ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବେ ଆଶାୟୀ ପ୍ରାର୍ଥୀ । ସେହିଦିନ ହିଁ ନାମାଙ୍କନ ଯାଞ୍ଚ କରାଯିବ । ୧୭ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିପାରିବେ ଆଶାୟୀ । ମେ ୩୧ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଜୁନ୍‌ ୩ ତାରିଖରେ ଗଣତି ହେ ସୂଚନାଯୋଗ୍ୟ ଯେ, ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ଏହି ଆସନ ଖାଲି ପଡିଥିଲା ।

hiranchal ad1
Leave A Reply

Your email address will not be published.

19 − thirteen =