ଲଘୁ ବନଜାତ ଦ୍ରବ୍ୟର ଚୋରା ଚାଲାଣ,ଆଦିବାସୀଙ୍କୁ ମିଳୁନି ଉଚିତ୍‌ ପ୍ରାପ୍ୟ

0 177

ଦଶପଲ୍ଲା: ମୁଣ୍ଡଫଟା ଖରାରେ ବଣ ଜଙ୍ଗଲ ବୁଲି ମହୁଲ, ଟୋଲ, ଚାରମଂଜି, କେନ୍ଦୁପତ୍ର ସଂଗ୍ରହ କରୁଥିବା ଆଦିବାସୀଙ୍କୁ ମିଳିପାରୁନି ଏହାର ଉଚିତ ମୂଲ୍ୟ । ରକ୍ତକୁ ପାଣି କରି, ନିଜର ଜୀବିକା ନିର୍ବାହ କରୁଥିବା ଦଶପଲ୍ଲା ବ୍ଲକ୍‌ର ଶହଶହ ଆଦିବାସୀ ପରିବାର ହେଉଛନ୍ତି ଶୋଷଣର ଶିକାର । ବିଭିନ୍ନ ବନଜାତ ସାମଗ୍ରୀ ସଂଗ୍ରହ କରି ଆଦିବାସୀମାନେ ଏସବୁକୁ ସଂରକ୍ଷଣ ରଖିଥିବା ବେଳେ ବ୍ୟବସାୟୀମାନେ ଘରଘର ବୁଲି ଏସବୁକୁ ନ୍ୟୁନତମ ମୂଲ୍ୟରେ କିଣିନେଉଛନ୍ତି । ବିଶେଷକରି ଚଳିତ ବର୍ଷ ସରକାର ନୟାଗଡ଼ ଜିଲ୍ଲା ପାଇଁ ଲଘୁବନଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରିନଥିବାରୁ ଆଦିବାସୀ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି । ଯାହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ଟନ୍‌ ଟନ୍‌ ଲଘୁ ବନଜାତ ଦ୍ରବ୍ୟ , ମହଜୁଦ୍‌ କରି ରଖୁଥିବା ବେଳେ ଏସବୁକୁ ବାହାର ରାଜ୍ୟକୁ ଚଢ଼ା ଦରରେ ଚାଲାଣ କରୁଛନ୍ତି । ବିଶେଷକରି ଜିଲ୍ଲା ପ୍ରଶାସନର କୋହଳ ମନୋଭାବ ପାଇଁ ଆଦିବାସୀ ପରିବାରଗୁଡ଼ିକ ପରିଶ୍ରମର ଉଚିତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନର ସ୍ଥାଣୁତାର ସୁଯୋଗ ନେଇ ବେଧଡ଼କ ଭାବରେ ଲଘୁ ବନଜାତ ଦ୍ରବ୍ୟର ଚୋରା ଚାଲାଣ ବଢ଼ିଚାଲିଛି । ଏ ଦିଗରେ ପ୍ରଶାସନ ଦୃଢ଼ ପଦକ୍ଷେପ ନେବାକୁ ଆଦିବାସୀ ମାନେ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

19 − thirteen =