ଶ୍ରମିକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

0 52

ସୁବର୍ଣ୍ଣପୁର: ଗତକାଲି ମେ ଦିବସ ଅବସରରେ ସୋନପୁର ଗଣପତି ବାଲାଜି ସ୍ପିନିଂ ମିଲ ଶ୍ରମିକ ସଙ୍ଘ ତରଫରୁ ବାଲାଜି ମନ୍ଦିର ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ରୂପେ ଯୁବନେତା ଅରବିନ୍ଦ ବାରିକ, ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ବିଜେପି ନେତା ବଳଦେବ ପ୍ରସାଦ ବେଦବାକ, ମିଲ ଡ଼ାଇରେକ୍ଟର ଅଶୋକ ଦାସ, ସୁରେଶ ପାତ୍ର, ହିମାଂଶୁ ଗଡତିଆ, ଗୌର ନାଏକ, ରମାକାନ୍ତ ବାବୁ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଅତିଥି ଶ୍ରୀ ବେଦବାକ ଶୃଙ୍ଖଳା, ଉତ୍ସର୍ଗୀକୃତ ଭାବ ଓ ଉତ୍ପାଦନ ବୃଦ୍ଧି ଉପରେ ଶ୍ରମିକ ବନ୍ଧୁଙ୍କୁ ପରାମର୍ଶ ଦେଇଥିବାବେଳେ ଶ୍ରମିକ ଭାଇ ଭଉଣୀ ମାନଙ୍କ ଇପିଏଫ ଟଙ୍କା ନିୟମିତ ଜମା କରାଇବା ସହ ମାସିକ ଦରମା, ସ୍ୱାସ୍ଥ୍ୟ କେନ୍ଦ୍ର ଓ ସ୍ୱାସ୍ଥ୍ୟ ବୀମା ଯୋଜନା ଆଦି କ୍ଷେତ୍ରରେ ପାରଦର୍ଶିତା ଦେଖାଇବାକୁ ମିଲ ଡ଼ାଇରେକ୍ଟରଙ୍କୁ ଅନୁରୋଧ କରିଥିଲେ । ନବନିର୍ବାଚିତ ସଭାପତି ଯୋଗେନ୍ଦ୍ର ପଣ୍ଡା ସମସ୍ତ ଶ୍ରମିକ ଶ୍ରମିକା ମାନଙ୍କୁ ଗୋଟିଏ ପରିବାରର ସଦସ୍ୟଙ୍କ ଭଳି ରହିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ବାରିକ ଶ୍ରମିକଙ୍କ ଏକତା ହିଁ ମିଲକୁ ଆଗକୁ ନେଇପାରିବ ଓ ଶ୍ରମିକ ମାନଙ୍କ ସାମଗ୍ରିକ ଉନ୍ନତି ପାଇଁ ସମସ୍ତେ ବ୍ରତୀ ହେବାକୁ ଅନୁରୋଧ କରିଥିଲେ । ସମ୍ପାଦକ ଧୁବଳେ କୁମ୍ଭାର ସଭା ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ମହେନ୍ଦ୍ର ସୁନା ବାର୍ଷିକ ବିବରଣୀ ପାଠ କରିଥିଲେ ।

hiranchal ad1
Leave A Reply

Your email address will not be published.

nine − 8 =