କଂଗ୍ରେସ ହାତ ଧରିଲେ ମନୋଜ ମିଶ୍ର

0 83

ହାତ ଧରିଲେ ମନୋଜ ମିଶ୍ର । ଅଭିନେତା ମନୋଜ ମିଶ୍ର ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି । ପିସିସି ସଭାପତି ଓ କଂଗ୍ରେସ ପ୍ରଭାରୀଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ହାତ ଧରିଛନ୍ତି ମନୋଜ । ଏହି ସମୟରେ ପଶ୍ଚିମ ଓଡ଼ିଶାରେ କଂଗ୍ରେସର ଟାଣୁଆ ନେତା ନରସିଂହ ମିଶ୍ର ଉପସ୍ଥିତ ଥିଲେ ।କଂଗ୍ରେସ ଦଳରେ ମିଶିବା ପରେ ମନୋଜ କହିଛନ୍ତି, ନେତା ହେବାକୁ ନୁହେଁ ବରଂ ଲୋକଙ୍କ ସେବା କରିବାକୁ ମୁଁ ଆସିଛି । ପଶ୍ଚିମ ଓଡ଼ିଶାରେ ଏବେ ଅନେକ ସମସ୍ୟା ରହିଛି । ସରକାର ଏହା ପ୍ରତି ଦୃଷ୍ଟି ଦେଉନାହାଁନ୍ତି । ତେଣୁ ଲୋକଙ୍କ ସ୍ୱର ଉଠାଇବାକୁ ମୁଁ କଂଗ୍ରେସରେ ସାମିଲ ହୋଇଛି । ଓଡ଼ିଆ ସିନେମା ପାଇଁ ମୁହଁ ଖୋଲିଲି ବୋଲି ଏବେ ଓଡ଼ିଆ ସିନେମାରେ କିଛି ପରିବର୍ତ୍ତନ ଆସିଛି । ନିର୍ବାଚନ ଲଢିବି କି ନାହିଁ ତାହା ପରବର୍ତ୍ତୀ ସମୟରେ ଦଳ ନିଷ୍ପତ୍ତି ନେବ । ପୂର୍ବରୁ ଓଲିଉଡକୁ ନେଇ ଦେଖାଦେଇଥିବା ବିବାଦରେ ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଥିଲେ ନରସିଂହ ମିଶ୍ର ।ଅଭିନେତା ମନୋଜ ମିଶ୍ରଙ୍କୁ କିଛି ପ୍ରଯୋଜକଙ୍କ ବାସନ୍ଦ ପ୍ରସଙ୍ଗକୁ ନେଇ ବିବାଦ ବଢ଼ିଥିଲା । ଏହି ବିବାଦରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ଏଣ୍ଟ୍ରି ମାରିବା ସହ ମନୋଜଙ୍କ ସପକ୍ଷରେ ମତ ରଖିବା ସହ ବାସନ୍ଦ ପ୍ରତ୍ୟାହାର ନ ହେଲେ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି ମତ ରଖିଥିଲେ । ୨୦୨୪ ରେ କଂଗ୍ରେସରେ ମନୋଜ ମିଶ୍ରଙ୍କ ଭୂମିକା କଣ ରହିବ ତାହା ଦେଖିବାକୁ ବାକିରହିଲା।
ବ୍ୟୁରୋ ରିପୋର୍ଟ ହିରାଞ୍ଚଳ ଲାଇଭ୍

hiranchal ad1
Leave A Reply

Your email address will not be published.

19 − sixteen =