ରାତିରେ ନିଦ ହେଉନାହିଁ କି? ତାହେଲେ ଆପଣାନ୍ତୁ ଏହି ଉପାୟ…

0 86

ଭୁୁବନେଶ୍ୱର : ଦିନସାରା କାମ ଓ ଥକାପଣ ଯୋଗୁଁ ନିଦ ଆସିବା ସ୍ୱାଭାବିକ କଥା । ହେଲେ କିଛି ଲୋକ ଅଛନ୍ତି ଯିଏ କି ଦିନସାରା କାମ କରିବା ପରେ ମଧ୍ୟ ସେମାନଙ୍କୁ ରାତିରେ ନିଦ ଆସେ ନାହିଁ । ଆଉ ନିଦ ନହେବା ସମସ୍ୟା ଏତେ ବଢି ଯାଏ ଯେ ତାହା ସେମାନଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ଉପରେ ବେଶ ପ୍ରଭାବ ପକାଇଥାଏ । ହେଲେ ନିଦ ନଆସିବାର ଅନେକ କାରଣ ରହିଛି । ମୁଣ୍ଡରେ ଚାପ ଓ କାମକୁ ନେଇ ଟେନସନ ବୃଦ୍ଧି ହୋଇଥାଏ । ଏହାର ପ୍ରଭାବ ନିଦ ଉପରେ ପଡିଥାଏ । ଯଦି ଆପଣଙ୍କ ନିଦ ବାରମ୍ବାର ଭାଙ୍ଗି ଯାଉଛି ଓ ବିତଳିତ ଅନୁଭବ ହେଉଛି ତାହେଲେ ଏହା ପଛର କାରଣ ହେଉଛି ଚିନ୍ତା ଓ ଡର । ସେହିପରି ଖରାପ ଜୀବନଶୈଳୀ ଯୋଗୁଁ ମଧ୍ୟ ବେଳେବେଳେ ବିଳମ୍ବରେ ନିଦ ଆସିଥାଏ । ତେବେ ଆସନ୍ତୁ ଜାଣିବା କଣ କଲେ ଭଲ ନିଦ ହୋଇଥାଏ…..

-ଭଲ ଓ ଆରାମଦାୟକ ନିଦ ପାଇଁ ବେଡରୁମକୁ ସଫା ରଖନ୍ତୁ । ଯଦି ଆପଣଙ୍କ ଶୋଇବା ରୁମ ସଫା ଓ ସୁତୁରା ରହିବ ତେବେ ମନ ବି ଶାନ୍ତ ରହିବ । ଯାହାଫଳରେ ଭଲ ନିଦ ହେବ । 

hiring

-ଦିନସାରା କାମ କରିବା ପରେ ଯଦି ଆପଣ ବିଶ୍ରାମ କରିବା ସମୟରେ ଟିଭି ବା କମ୍ପୁଟର ସହ ସମୟ ବିତାଉଛନ୍ତି ତେବେ ସେଥିରୁ ବିରତ ରୁହନ୍ତୁ । 

-ରାତିରେ ଚା, କଫି, ତେଲ ମସଲା ଓ ଅଧିକ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । 

-ଅନିଦ୍ରାରୁ ମୁକ୍ତି ପାଇବା ପାଇଁ ଶୋଇବା ପୂର୍ବରୁ ଗରମ କ୍ଷୀର ପିଇବା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

9 + 4 =