ପୁଣି ଜବତ୍‌ ହେଲା ଧଳାଜହର

0 64

ଦଶପଲ୍ଲା,୧/୧୦- ନୟାଗଡ଼ ଜିଲ୍ଲାର ପୁରପଲ୍ଲୀରେ ଧଳାଜହର ତାର ଉପସ୍ଥିତି ଜାହିର କରିଛି । ପାନ ଦୋକାନ ଠାରୁ ଆରମ୍ଭକରି ଗଳିକନ୍ଦିରେ ମିଳୁଛି ଧଳାଜହର । ଆଜି ନୟାଗଡ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ପୁଲିସ ୨୭ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଆଙ୍ଗିସିଙ୍ଗ ଗ୍ରାମର ପ୍ରଦୀପ ଶତପଥୀ । ସେ ଓଡଗାଁ ପାଟଣାସାହିରେ ଘରଭଡା ନେଇ ରହିବାସହ ବ୍ରାଉନସୁଗାର କାରବାର କରୁଥିଲା । ପୁଲିସ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିବାସହ ପ୍ରଦୀପକୁ ଗିରଫ କରି କୋର୍ଟ ଚାଲଣ କରିଥିବା ସୂଚନା ମିଳିଛି । ଏନେଇ ଓଡଗାଁ ଥାନାରେ ୧୦୮/୨୧ରେ ଏକ ମାମଲା ରୁଜୁ କରାଯାଇଛି ।

hiranchal ad1
Leave A Reply

Your email address will not be published.

1 × three =