ଆଜିର ଦିନରେ ଲଗାତାର ଚତୁର୍ଥ ଥର ପାଇଁ ରେକର୍ଡ଼ କରିଥିଲା ଭାରତ

0 599

ନୂଆଦିଲ୍ଲୀ : ୧୯୯୫ ମସିହା ଅପ୍ରେଲ୍ ୧୪ ତାରିଖ । ଆଜିର ଦିନରେ ଲଗାତାର ଚତୁର୍ଥ ଥର ପାଇଁ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ନେତୃତ୍ୱରେ ଖେଳୁଥିବା ସାରଜା କପ୍‌ରେ ଶ୍ରୀଲଙ୍କାକୁ ହରାଇ ରେକର୍ଡ଼ କରିଥିଲା । ଏହି ମ୍ୟାଚରେ ସଚିନ୍ ତେନ୍ଦୁଲକର ଓ ନଭଜୋତ୍ ସିଂ ସିଦ୍ଧୁଙ୍କ ବ୍ୟାଟିଂ ଚିତ୍ତାକର୍ଷକ ଥିଲା । ଟସ୍ ଜିତି ପ୍ରଥମେ ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଶ୍ରୀଲଙ୍କା ଦଳ ନିର୍ଦ୍ଧାରିତ ୫୦ ଓଭରରେ ୨୩୦/୭ ରନ୍ କରିଥିଲା । ଏହି ମ୍ୟାଚ୍‌ରେ ଗୁରୁସିଂହ ୧୨୨ ବଲରେ ୮୫ ରନ୍ କରି ସର୍ବାଧିକ ରନ୍ ସ୍କୋରର ହୋଇଥିଲେ । ଶ୍ରୀଲଙ୍କାକୁ ୨୩୦ ରନ୍‌ରେ ସୀମିତ ରକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଅନୀଲ୍ କୁମ୍ବଲେ ଓ ଭେଙ୍କଟେସ୍ ପ୍ରସାଦ । ଉଭୟେ ଦୁଇଟି ଲେଖାଏଁ ଅକ୍ତିଆର କରି ଶ୍ରୀଲଙ୍କାର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ୨୩୧ ରନ୍‌ର ପିଛା କରି ଭାରତୀୟ ଓପନର ମନୋଜ ପ୍ରଭାକର ମାତ୍ର ୯ ରନ୍ କରି ଚାମିଣ୍ଡା ଭାସ୍‌ଙ୍କ ଶିକାର ହୋଇଥିଲେ । ତାଙ୍କ ବିଦାୟ ପରେ ସଚିନ୍ ତେନ୍ଦୁଲକର (୪୧) ଓ ନବଜୋତ୍ ସିଂ ସିଦ୍ଧୁ (୮୪) ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ୪୧ ରନ୍‌ରେ ମାଷ୍ଟର ବ୍ଲାଷ୍ଟର ଆଉଟ୍ ହେବା ପରେ ସିଦ୍ଧୁଙ୍କ ସହ ଯୋଗ ଦେଇଥିଲେ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍ । ସେ ୯୦ ରନ୍ କରି ଅପରାଜିତ ରହି ୪୨ ଓଭରରେ ଭାରତକୁ ଜିତାଇଥିଲେ । ଯାହାକି ଭାରତ ପାଇଁ ଲଗାତାର ଚତୁର୍ଥ ଥର ପାଇଁ ଶାରଜା ବିଜୟର ସ୍ୱାଦ ଦେଇଥିଲେ ଦଳୀୟ ଟିମ୍ ।

hiranchal ad1
Leave A Reply

Your email address will not be published.

two × one =