ଓପନିଂ କରିବାକୁ ଆଝାରଙ୍କୁ କ’ଣ ପ୍ରତିଶ୍ରୁତି ଦେଇଥିଲେ ସଚିନ୍‌

0 635

ନୂଆଦିଲ୍ଲୀ : ମାଷ୍ଟରବ୍ଲାଷ୍ଟର ଭାବେ ପରିଚିତ ସଚିନ୍ ତେନ୍ଦୁଲକର ନିଜ ଏକଦିବସୀୟ କ୍ୟାରିୟରରେ ୪୯ଟି ଶତକ ଓ ୯୬ଟି ଅର୍ଦ୍ଧଶତକ ସହ ୧୮,୪୨୬ ରନ୍ କରି ଅବସର ନେଇଛନ୍ତି । ଅବସର ପରେ ମଧ୍ୟ ତାଙ୍କର ବ୍ୟାଟିଂ ଶୈଳୀ, ତାଙ୍କର ବ୍ୟାଟିଂ ଷ୍ଟାଇଲ୍ ଓ ଫର୍ମକୁ ନେଇ ସବୁବେଳେ ଚର୍ଚ୍ଚା । ସୂଚନାଯୋଗ୍ୟ, ସଚିନ୍ ପ୍ରଥମେ ଦଳରେ ଯୋଗ ଦେବା ସମୟରେ ମିଡିଲ୍ ଅର୍ଡ଼ରରେ ବ୍ୟାଟିଂ କରୁଥିଲେ । କିନ୍ତୁ ତାଙ୍କର ପ୍ରବଳ ଇଚ୍ଛା କିପରି ସୁଯୋଗ ମିଳିଲେ ଓପନିଂ କରିବେ । ତାଙ୍କୁ ଥରେ ସୁଯୋଗ ମିଳିଥିଲା ଅକଲ୍ୟାଣ୍ଡରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ । କାରଣ ସେତେବଳେ ଓପନର ଭାବେ ଆସୁଥିଲେ ନଭଜୋତ ସିଂ ସିଦ୍ଧୁ । ତାଙ୍କର ଆହତ ସମସ୍ୟା କାରଣରୁ ସେ ଉକ୍ତ ମ୍ୟାଚଟିକୁ ଖେଳି ପାରିନଥିଲେ । ସେହି ସମୟରେ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ୍ ଓ ଟିମ୍ ମ୍ୟାନେଜର ଅଜିତ୍ ୱାଦେକରଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଥିଲା । କିଏ ଓପନିଂ କରିବ ? ଏହି ସମୟରେ ସଚିନ୍ ଆଝାରଙ୍କୁ କହିଥିଲେ ମୋତେ ହିଁ ସେହି ଦାୟିତ୍ୱ ଦିଅନ୍ତୁ ଯଦି ମୁଁ କେଳି ପାରିବିନି ତା\’ହେଲେ ଆଉ କେବେ ଖେଳିବାକୁ ଆସିବି ନାହିଁ । ସଚିନ୍ ସେହି ମ୍ୟାଚରେ ୪୯ ବଲରୁ ୮୨ ରନ୍ କରିଥିଲେ । ଯେଉଁଥିରେ କି ୧୫ଟି ବାଉଣ୍ଡାରୀ ଥିଲା । ଏଭଳି ଖେଳ ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହି ନେଇଥିଲେ ସଚିନ୍ ।

hiranchal ad1
Leave A Reply

Your email address will not be published.

3 × four =