ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପ : ପ୍ରଥମ ଥର ଚାମ୍ପିୟନ ହେଲା ଓଡିଶା

0 25

ଭୁବନେଶ୍ୱର : ଓଡ଼ିଶା ପାଇଁ ଖୁସି ଖବର । ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପରେ ଓଡ଼ିଶା ବାଜିମାତ କରିଛି । ପ୍ରଥମଥର ପାଇଁ ଚାମ୍ପିଅନ ହୋଇଛି ଓଡିଶା । ମଧ୍ୟପ୍ରଦେଶ ଭୋପାଲରେ ଚାଲିଥିବା ଚାମ୍ପିୟନଶିପ୍‌ର ଫାଇନାଲ ମୁକାବିଲାରେ ଓଡିଶା ୨-୦ ଗୋଲରେ କର୍ଣ୍ଣାଟକାକୁ ହରାଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ଓଡିଶା ପକ୍ଷରୁ ପୁନମ ବାର୍ଲା ଓ ଅସୀମ କାଞ୍ଚନ ବାର୍ଲା ଗୋଟିଏ ଲେଖାଏ ଗୋଲ ସ୍କୋର କରିଛନ୍ତି । ଆଜିର ଫାଇନାଲ ମ୍ୟାଚ୍‌ ବେଶ ସଂଘର୍ଷପୂର୍ଣ୍ଣ ଥିଲା । ଦୁଇ ଦଳ ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲେ । ପ୍ରଥମ ଦୁଇଟି କ୍ୱାର୍ଟରରେ କେହି କାହାକୁ ଗୋଲ ଦେଇ ପାରି ନଥିଲେ । ତୃତୀୟ କ୍ୱାର୍ଟର୍‌ରେ ଓଡିଶାର ମହିଳା ଦଳ ରଣନୀତି ବଦଳାଇଥିଲା । ଏହାର ଫାଇଦା ମଧ୍ୟ ଦଳକୁ ମିଳିଥିଲା । ମ୍ୟାଚ୍‌ର ୩୪ତମ ମିନିଟ୍‌ରେ ଓଡ଼ିଶା ଟିମର ଷ୍ଟ୍ରାଇକର ପୁନମ ବାର୍ଲା ଦମଦାର ଗୋଲ ସ୍କୋର କରିଥିଲେ । ଫଳରେ ଓଡିଶା ୧-୦ରେ ଆଗୁଆ ହୋଇ ଯାଇଥିଲା । ଏହାପରେ କର୍ଣ୍ଣାଟକା ଏହାକୁ ପରିଶୋଧ କରିବା ପାଇଁ ଜୋରଦାର ଉଦ୍ୟମ କରିଥିଲା । କିନ୍ତୁ ଓଡିଶାର ରକ୍ଷଣ ଭାଗକୁ ଭେଦ କରି ଗୋଲ ସ୍କୋର କରିବା କର୍ଣ୍ଣାଟକା ପାଇଁ ଆଦୌ ସହଜ ହୋଇ ନଥିଲା । କର୍ଣ୍ଣାଟକା ବାରମ୍ବାର ଆଟାକ କରିଥିଲେ ମଧ୍ୟ ଓଡିଶାର ଖେଳାଳିମାନେ ସବୁ ଉଦ୍ୟମକୁ ପଣ୍ଡ କରି ଦେଇଥିଲେ । ମ୍ୟାଚ୍‌ର ଶେଷ ମିନିଟ୍‌ ଅର୍ଥାତ୍‌ ୫୯ତମ ମିନିଟରେ ଓଡିଶା ପାଇଁ ଅସୀମ କାଞ୍ଚନ ବାର୍ଲା ଦ୍ୱିତୀୟ ଗୋଲ କରି ଦଳର ବିଜୟକୁ ସୁନିଶ୍ଚିତ କରିଥିଲେ । ଏଥିସହ ଓଡିଶା କର୍ଣ୍ଣାଟକାକୁ ହରାଇ ପ୍ରଥମଥର ଚାମ୍ପିୟନ ହେବାର ଆଖ୍ୟା ମଧ୍ୟ ଅର୍ଜନ କରିଛି । ଓଡିଶା ମହିଳା ଦଳର ଏହି ଐତିହାସିକ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

ten + 4 =