ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଉଦଯାପିତ,ମହୋତ୍ସବକୁ ରାଜ୍ୟସ୍ତରୀୟ କରିବାକୁ ପ୍ରତିଶ୍ରୁତି

0 93

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୂଣ୍ୟ କ୍ଷେତରେ ଆୟୋଜିତ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ସୋମବାର ଉଦଯାପିତ ହୋଇଯାଇଛି । ମନ୍ଦିର ପରିସରରେ ଆୟୋଜିତ ହୋମ ଯଜ୍ଞ ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଥିଲା । ସେହିପରି ମନ୍ଦିରରେ ସ୍ୱତନ୍ତ୍ର ପୂର୍ଣ୍ଣିମା ଭୋଗ ଲାଗି କରାଯାଇଥିଲା । ସନ୍ଧ୍ୟାରେ ଆୟୋଜିତ ହରିଶଙ୍କର ମହୋତ୍ସବର ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗଦେଇ ହରିଶଙ୍କର ନୃସିଂହନାଥ ଏବଂ ଗନ୍ଧମାର୍ଦ୍ଦନ ପାହାଡ଼ର ପୌରାଣିକ, ଐତିହାସିକ ଓ କିମ୍ବଦନ୍ତୀ ନେଇ ଅଲୋକପାତ କରିବାସହ ଏହି କ୍ଷେତ୍ରର ବିକାଶ କରିବା ପାଇଁ ରାଜ୍ୟ ସରକାରଙ୍କ ଅନୁଦାନ ସମ୍ପର୍କରେ କହିଥିଲେ । ପ୍ରବଳ ଜନସମାଗମ ଦେଖି ମହୋତ୍ସବକୁ ରାଜ୍ୟ ସ୍ତରୀୟ କରିବା ପାଇଁ କହିଥିଲେ । ଉତ୍ସବରେ ସମ୍ମାନିତ ଅତିଥିଭାବେ ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକ ନିତିନ କୁସଲକର, ଡ଼ିଏଫଓ ନୀତିଶ କୁମାର ପ୍ରମୁଖ ଯୋଗଦେଇଥିଲେ । ଉଦଯାପନୀ ଉତ୍ସବ ପାଟଣାଗଡ଼ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପକ ବଳଭଦ୍ର ଦାଶ ସଭା ସଂଯୋଜନା କରିଥିଲେ । ଦେବୋତ୍ତର କମିଟି ସଦଶ୍ୟ ଅଭୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ତିମ ସନ୍ଧ୍ୟାରେ ପ୍ରଥମ ମଞ୍ଚରେ ଓଡ଼ିଶୀ ନୃତ୍ୟ, ମା’ ସମଲେଶ୍ୱରୀ ଲୋକ ସଂସ୍କୃତି ଗବେଷଣା କେନ୍ଦ୍ର ତୋରାର ସାଂସ୍କୃତିକ ଦଳ ଓ ଦଣ୍ଡ ନୃତ୍ୟ ପରିବେଷିତ ହୋଇଥିଲା । ସେହିପରି ଯାତ୍ରା ପଡ଼ିଆରେ ଲୋକ କବି ପଦ୍ମଶ୍ରୀ ହଳଧର ନାଗଙ୍କ କବିତା ପାଠ, କଳାହାଣ୍ଡିର ଘୁମୁରା ଓ ଦଣ୍ଡ ନୃତ୍ୟ ପରିବେଷିତ ହୋଇଥିଲା । ତିନିଦିନ ଧରି ଆୟୋଜିତ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଥିଲା ।

hiranchal ad1
Leave A Reply

Your email address will not be published.

13 − 1 =