ଦିଲ୍ଲୀ ସରକାରଙ୍କୁ ୫୦ ଲକ୍ଷ ଦାନ କରିବେ ଗମ୍ଭୀର

0 608

ନୂଆଦିଲ୍ଲୀ : ନିକଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ତଥା ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦୁଇ ବର୍ଷର ଦରମା ଦାନ କରିଥିବା ବେଳେ ଆଜି ପୁଣି ଦିଲ୍ଲୀ ସରକାରଙ୍କୁ ୫୦ ଲକ୍ଷର ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି । ଦିଲ୍ଲୀ ସରକାର ଏହି ସହାୟତା ରାଶିରେ ମେଡ଼ିକାଲ୍‌ମାନଙ୍କରେ କରୋନା ଜନିତ ବିଭିନ୍ନ ଔଷଧ ଓ ସରଞ୍ଜାମ କିଣିବେ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଦୁଇ ସପ୍ତାହ ପୂର୍ବେ ଦିଲ୍ଲୀ ସରକାରଙ୍କୁ ଗମ୍ଭୀର ମଧ୍ୟ ୫୦ ଲକ୍ଷ ଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

four + six =