ନକଲି ମଦ କାରଖାନାରେ ଚଢାଉ : ବିଦେଶୀ ମଦ ସହ ଲକ୍ଷାଧିକ ଟଙ୍କା ଜବତ, ୨ ଗିରଫ

0 238

ବରଗଡ: କରୋନା ଭାଇରସର ମୁକାବିଲା ପାଇଁ ବର୍ତ୍ତମାନ ରାଜ୍ୟରେ ଲକଡାଉନ୍ ଜାରି ରହିଛି । ଏହି ଲକଡାଉନ ସମୟରେ କେତେକ ଅସାଧୁ ବେପାରୀ ମୁନାଫା ଉଠାଇବା ଲକ୍ଷ୍ୟରେ ବେଆଇନ କାରବାର ଚଳାଇଛନ୍ତି । ଲକଡାଉନ ସମୟରେ ମଦ ଦୋକାନ ସବୁ ବନ୍ଦ ରହିଛି । ତେଣୁ ବେପାରୀମାନେ ଚୋରାରେ ମଦ ବିକ୍ରୀ କରିବା ଆରମ୍ଭ କରିଦେଇଛନ୍ତି । ଇତି ମଧ୍ୟରେ ରାଜ୍ୟର କେତେକ ଅଂଚଳରେ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ବରଗଡ ଜିଲ୍ଲାରେ ଏକ ନକଲି ବିଦେଶୀ ମଦ କାରଖାନା ଠାବ କରାଯାଇଛି ।

hiring

ଜିଲ୍ଲାର ଭଟଲି ଛକ ମାତୃବିହାରରେ ଏହି ନକଲି ମଦ କାରଖାନା ରହିଛି । କୌଣସି ଏକ ସୂତ୍ରରୁ ଖବର ପାଇଁ ଜିଲ୍ଲା ଏସପିଙ୍କ ପଦ୍ମିନୀ ସାହୁ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକ୍ରମେ ଏକ ପୁଲିସ ଟିମ୍ କାରଖାନାରେ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିଛନ୍ତି । ତା\’ସହିତ ଘଟଣାସ୍ଥଳରୁ ଦୁଇଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୮ଲକ୍ଷ ଟଙ୍କା ଜବତ କରାଯାଇଛି । ବର୍ତ୍ତମାନ ଲକଡାଉନ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରାରେ ମନଇଚ୍ଛା ଚଢା ଦରରେ ମଦ ବିକ୍ରୀ ଚାଲିଛି ।

hiranchal ad1
Leave A Reply

Your email address will not be published.

1 × 4 =